fbpx

ଆଶ୍ଚର୍ଯ୍ୟ! ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ଇଲେକ୍ଟ୍ରିକ୍ ସ୍କୁଟର ଚାଲାଣ କାଟିଲା ପୋଲିସ

କେରଳ: ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ ଦେଇ ସରକାର ରାସ୍ତାରୁ କାର୍ବନ ନିର୍ଗମନକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଏହାର ସୁଯୋଗ ନେଇ ଲୋକେ ରିହାତି ଦରରେ ବୈଦ୍ୟୁତିକ ଯାନ କ୍ରୟ ମଧ୍ୟ କରୁଛନ୍ତି। ଅନ୍ୟ ପଟରେ ଏପରି ଏକ ଖବର ଆସିଛି ଯାହା ଅନକେ ବୈଦ୍ୟୁତିକ ଗାଡ଼ି ଚଲାଉଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିପାରେ। କାରଣ ଏହି ଖବରଟି କିଛି ସେମତି ରହିଛି। ଆପଣ କେବେ ଦେଖିଛନ୍ତି କି ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଏକ ବୈଦ୍ୟୁତିକ ଗାଡ଼ିର ଚାଲାଣ କଟାଯାଉଛି? ଏହା ଅଜବ ହୋଇପାରେ। କିନ୍ତୁ ବୈଦ୍ୟୁତିକ ଗାଡ଼ିର ଚାଲାଣ କଟିବା ପରେ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ଇ-ସ୍କୁଟର ମାଲିକଙ୍କୁ ଜରିମାନା କରାଯାଇଛି।

ଏହି ମାମଲା କେରଳର ଅଟେ। ଯେଉଁଠାରେ ନିକଟରେ ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ଟ୍ରାଫିକ ପୋଲିସ ଏକ ବୈଦ୍ୟୁତିକ ସ୍କୁଟର ମାଲିକଙ୍କୁ ଜରିମାନା ଦେଇଛି। ଯେତେବେଳେ ପୋଲିସ ଦ୍ୱାରା ଜାରି କରାଯାଇଥିବା ଇ-ସ୍କୁଟର ଏବଂ ଇ-ଚାଲାଣର ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଇଥିଲା, ଯାହାପରେ ମାମଲା ଭାଇରାଲ ହୋଇଥିଲା। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଏହି ବିଷୟରେ ଅବଗତ କରାଇବାକୁ ନିବେଦନ କରିଛନ୍ତି।

ଇ-ଚାଲାଣ ଅନୁଯାୟୀ, ଏହି ଚାଲାଣ କେରଳର ମାଲାପୁରାମ ଜିଲ୍ଲାର ନିଲାନଚେରୀରେ ଜାରି କରାଯାଇଛି। ରସିଦ ଉପରେ ଏହା ଲେଖାଯାଇଛି- ‘ପ୍ରଦୂଷଣ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍’ (ପିୟୁସିସି) ନ ଥିବାରୁ ଏହି ୨୫୦ ଟଙ୍କାର ଚାଲାଣ କଟାଯାଇଛି। ତେବେ୪ ଏହି ଘଟଣାକୁ ନେଇ ପୋଲିସ ଏହାର ପ୍ରତିକ୍ରିୟା ରଖିଛି। କୁହାଯାଇଛି ଯେ, ସ୍କୁଟର ମାଲିକଙ୍କ ପାଖରେ କୌଣସି ହାର୍ଡ ଡକ୍ୟୁମେଣ୍ଟ କିମ୍ବା ତାଙ୍କ ଲାଇସେନ୍ସର ସଫ୍ଟ କପି ନଥିଲା। ଅବଶ୍ୟ, ଚାଲାଣ ଜାରି କରିବା ସମୟରେ ଅଧିକାରୀ ମେସିନରେ ଭୁଲ ଟାଇପ୍ କରିଥିଲେ ଏବଂ ଏହି କାରଣରୁ ମେସିନରୁ ବାହାରିଥିବା ଚାଲାଣରେ ପିୟୁସିସି ଅଫେନ୍ସ ରହିଥିଲା ।

Get real time updates directly on you device, subscribe now.