fbpx

ଗିଜର୍ ଓ ହିଟର୍ ଚଳାଇବା ପରେ ବି କମ୍ ଆସିବ ବିଜୁଳି ବିଲ୍, କରନ୍ତୁ ଏହି ୨ଟି କାମ

ନୂଆଦିଲ୍ଲୀ: ବର୍ତ୍ତମାନ ଥଣ୍ଡା ଦିନ ଜାରି ରହିଛି । ତେଣୁ ଗିଜର୍ ଓ ହିଟର୍ ର ବ୍ୟବହାର ଅଧିକ ହେଉଛି । ତେଣୁ ଅଧିକ ଇଲେକ୍ଟ୍ରିକ୍ ବିଲ୍ ଉଠିବାର ଟେନସନ୍ ଲୋକଙ୍କୁ ଘାରିଛି । ହିଟର ଏବଂ ଗିଜର୍ ହେଉଛି ଉଚ୍ଚ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ଉପକରଣ । କିନ୍ତୁ ଏହା ବିନା ଶୀତ ଦିନ କଟିପାରେ ନାହିଁ । ତେଣୁ ଏହିଭଳି କିଛି ପନ୍ଥା ଆପଣାଇବା ଦରକାର ଯାହା ଦ୍ୱାରା ହିଟର୍ ଓ ଗିଜର୍ ବ୍ୟବହାର କରୁଥିଲେ ମଧ୍ୟ ବିଦ୍ୟୁତ୍ ବିଲ୍ କମ୍ ଆସିବ । ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏପରି ଦୁଇଟି ଟିପ୍ସ ବିଷୟରେ କହିବାକୁ ଯାଉଛୁ, ଯାହା ବିଦ୍ୟୁତ୍ ବିଲ୍ କୁ ଯଥେଷ୍ଟ ହ୍ରାସ କରିପାରେ ।

ଯଦି ଆପଣ କୌଣସି ଇଲେକ୍ଟ୍ରିକ୍ ଉପକରଣ କିଣିବା ସମୟରେ ୫ ଷ୍ଟାର୍ ରେଟିଂ ସହିତ କିଣନ୍ତୁ । କାରଣ ୫ ଷ୍ଟାର୍ ରେଟିଂ ଉପକରଣ ବିଜୁଳି କମ୍ ହ୍ରାସ କରିଥାଏ । ମାର୍କେଟ ରେ ୫ ଷ୍ଟାର୍ ରେଟିଂ ଥିବା ଫ୍ରିଜ୍, ଟିଭି, ଏସି, ହିଟର୍ ଓ ଗିଜର୍ ଉପଲବ୍ଧ ହେଉଛି । ତେଣୁ ୫ ଷ୍ଟାର୍ ରେଟିଂ ଥିବା ଆପ୍ଲାଏନ୍ସ ଦ୍ୱାରା ବିଜୁଳି ବିଲ୍ କମି ଆସିଥାଏ । ଯାହାଫଳରେ ଆପଣଙ୍କ ହଜାର ହଜାର ଟଙ୍କା ଖର୍ଚ୍ଚ ହେବାରୁ ବଞ୍ଚିଯିବ ।

ସେହିପରି ଗିଜର୍ କିଣିବା ସମୟରେ ଆପଣ ହାଇ-କାପାସିଟି ଥିବା ଗିଜର୍ କିଣନ୍ତୁ । କାରଣ ଏଥିରେ ଆପଣ ଯଦି ଥରେ ପାଣି ଗରମ କରିବେ ତାହେଲେ ପାଣି ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଗରମ ରହିବ । ଏହାଦ୍ୱାରା ଆପଣ ଲଗାତର ଗିଜର୍ ଅନ୍ ରଖିବାକୁ ପଡ଼ିବ ନାହିଁ । ଏହା ବ୍ୟତୀତ ହିଟର୍ କୁ ଓ ଇଲେକ୍ଟ୍ରିକ୍ ବ୍ଲୋୟର୍ କୁ ଲଗାତର ଅନ୍ ରଖନ୍ତୁ ନାହିଁ । ଏହା କିଛି ମିନିଟ୍ ରେ ରୁମ୍ କୁ ଗରମ କରିଦିଏ । ତେଣୁ ରୁମ୍ କୁ ବନ୍ଦ ରଖିବା ଦ୍ୱାରା ଅଧିକ ସମୟ ଗରମ ରହିବ ଓ ଆପଣଙ୍କୁ ଲଗାତର ହିଟର୍ କୁ ଅନ୍ ରଖିବାକୁ ପଡ଼ିବ ନାହିଁ । ଯେତେବେଳେ ଆବଶ୍ୟକ ପଡ଼ିବ ସେହି ସମୟରେ ଅନ୍ କରନ୍ତୁ ।

Get real time updates directly on you device, subscribe now.