fbpx

ବର୍ଷା ଜଳ ବୁନ୍ଦାରୁ ତିଆରି ହେବ ବିଜୁଳି, ଆଇଆଇଟି ଦିଲ୍ଲୀ ରିସର୍ଚ୍ଚରଙ୍କ ଚମତ୍କାର

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି), ଦିଲ୍ଲୀର ଅନୁସନ୍ଧାନକାରୀମାନେ ଏକ ଚମତ୍କାର କରିଛନ୍ତି । ବର୍ଷା ଜଳକୁ ଉପଯୋଗ କରି ବିଜୁଳି ଉତ୍ପନ୍ନ କରିହେବ । ଟ୍ରାଇବୋଇଲେକ୍ଟ୍ରିକ ଇଫେକ୍ଟ ଓ ଇଲେକ୍ଟ୍ରୋଷ୍ଟୋଟିକ ଇଣ୍ଡକ୍ସନର ଉପଯୋଗ କରି ଏହି ବିଜୁଳି ଶକ୍ତି ତିଆରି କରିବା ସମ୍ଭବ ବୋଲି ରିସର୍ଚ୍ଚର ମାନେ ମତ ଦେଇଛନ୍ତି ।

ଆଇଆଇଟି ଦିଲ୍ଲୀ ପକ୍ଷରୁ କୁହାଯାଇଛି ଯେ, ଡିଭାଇସରେ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ନୈନୋକମ୍ପୋଜିଟ ପଲିମର ଓ ସଂପର୍କ ଇଲେକ୍ଟ୍ରୋଡ ରହିଥାଏ । ସେଥିରୁ ଉତ୍ପନ୍ନ ହେଉଥିବା ବିଜୁଳି ଘଣ୍ଟା, ଡିଜିଟାଲ ଥର୍ମୋମିଟର, ରେଡିଓ ଫ୍ରିକ୍ୱେନ୍ସି ଟ୍ରାନ୍ସମିଟର, ହେଲଥକେୟାର ସେନସନ ଓ ପେଡୋମିଟର ପରି ଛୋଟ ଇଲେକ୍ଟ୍ରୋନିକ ସାମଗ୍ରୀକୁ ବିଜୁଳି ଦେବାକୁ ପର୍ଯ୍ୟାପ୍ତ ହୋଇଥାଏ । ପୀଜୋଇଲେକ୍ଟ୍ରିକ ପରି ପାରମ୍ପରିକ ଢାଞ୍ଚା ତୁଳନାରେ ଏହା ଅଧିକ ବିଜୁଳି ଉତ୍ପନ କରିଥାଏ । ଆଉ ଏକ ଟିମ୍ ଆଇଆଇଟି, ଦିଲ୍ଲୀରେ ଟ୍ରାଇବୋଇଲେକ୍ଟ୍ରିକ ପ୍ରଭାବକୁ ଉପଯୋଗ କରି ବ୍ୟର୍ଥ ଯାନ୍ତ୍ରିକ କମ୍ପନରୁ ବିଜୁଳି ଶକ୍ତିର ସଞ୍ଚୟନ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Get real time updates directly on you device, subscribe now.