fbpx

ମହାଦେବଙ୍କ ଗୀତରେ ନାଚୁଛି ହାତୀ, ଦେଖନ୍ତୁ ଭିଡିଓ

ବଲିଉଡ୍ ଗୀତରେ ହାତୀ ନାଚିବାର ଆପଣ ମାନେ କେବେ ଆଗରୁ ଦେଖିଛନ୍ତି କି ? ଆଉ ଯଦି ଆଗରୁ କେବେ ଦେଖିନାହାନ୍ତି ତାହଲେ ଆଜି ଦେଖନ୍ତୁ । କିପରି ଗୋଟିଏ ହାତୀ ମହାଦେବଙ୍କ ଗୀତରେ ନିଜକୁ ହଜେଇ ଦେଇଛି, ଆଉ ସୁନ୍ଦର ଭାବରେ ଡ୍ୟାନ୍ସ କରୁଛି । କିଛି ଦିନ ହେବ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଗୋଟିଏ ହାତୀଟି ମହାଦେବଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ କେରଳ ଏଲିଫେଣ୍ଟସ୍ ନାମକ ଜଣେ ୟୁଜର୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ।

V

ଭାଇରାଲ୍ ଭିଡିଓରେ ଯେଉଁ ହାତୀଟି ନାଚୁଛି ତାର ନାଁ ହେଉଛି ଲକ୍ଷ୍ମୀ । ଆଉ ସେ ବଲିଉଡ୍ ଫିଲ୍ମ କେଦାରନାଥର, “ନମୋ ନମୋ ଜି ଶଙ୍କରା” ଗୀତରେ ନିଜ ଶୁଣ୍ଢ ଏବଂ ଲାଞ୍ଜକୁ ହଲାଇ ଏବଂ ଶରୀରକୁ ଏପଟ ସେପଟ କରି ଧୁନ୍ ଅନୁସାରେ ନାଚୁଛି । ବର୍ତ୍ତମାନ ଲକ୍ଷ୍ମୀ ଅର୍ଥାତ୍ ହାତୀଟି ଇନଟରନେଟ୍ ସେନସେସନ୍ ପାଲଟିଯାଇଛି । ଏହା ପୋଷ୍ଟ ହେବାପରେ ୟୁଜର୍ ମାନେ ଖୁବ୍ ପସନ୍ଦ କରିଛନ୍ତି । ଭିଡିଓଟିକୁ ପୋଷ୍ଟ କରିଥିବା ୟୁଜର୍ ଜଣକ କ୍ୟାପସନ୍ ରେ ଲେଖିଛନ୍ତି, ଲକ୍ଷ୍ମୀ ହେଉଛି କର୍ଣ୍ଣାଟକର କୋଡ୍ୟାଡକା ମନ୍ଦିରର ହାତୀ । ତେବେ ସୋସିଆଲ ମିଡିଆରେ ଏହି ହାତୀଟି ସମସ୍ତଙ୍କ କନ କିଣିନେଇଛି ।

Get real time updates directly on you device, subscribe now.