fbpx

ନଦୀ ମଝିରେ ଗଜ: ଉପରକୁ ଉଠିପାରୁନି ହାତୀ, ଦଉଡ଼ିରେ ବାନ୍ଧି ଦିଆଗଲା କଦଳୀ

କଟକ(ଓଡ଼ିଶା ଭାସ୍କର): ମୁଣ୍ଡୁଳୀ ବ୍ୟାରେଜରେ ଫସି ରହିଛି ହାତୀ । ତାକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀଙ୍କ ଜୋରଦାର ଉଦ୍ୟମ ଜାରି ରହିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି । କୂଳରେ ପହଞ୍ଚିବା ପରେ ବି ଉପରକୁ ଉଠି ନପାରି ପୁଣି ପାଣିକୁ ଫେରିଯାଇଛି ହାତୀଟି । ଅନ୍ୟପଟେ ପାଣିର ସ୍ରୋତ ବି ପ୍ରଖର ଥିବାରୁ ଏକପ୍ରକାର ଭୟ ଦେଖାଦେଇଛି । କୂଳକୁ ଉଠି ନପାରିବାରୁ ହାତୀଟି ପୁଣି ଥରେ ନଦୀ ମୁହାଁ ହୋଇଛି ।

କିନ୍ତୁ ଯଦି ଆଉ ଗୋଟିଏ କଥା କହିବା ତେବେ ମୁଣ୍ଡଳୀ ବ୍ୟାରେଜ୍ ଉପରେ ଏତେ ମାତ୍ରାରେ ଲୋକ ଜମା ହୋଇଛନ୍ତି ଯେ, ସେମାନଙ୍କୁ ଦେଖି ହାତୀଟି ବୋଧ ହୁଏ ଆସିବାକୁ ଇଚ୍ଛା କରୁନାହିଁ । ସବୁଆଡୁ ଲୋକମାନେ ଘେରି ରହିଚନ୍ତି । ତେଣୁ ବନ କର୍ମଚାରୀ ମାନେ ବି ବାରମ୍ବାର ଅନୁରୋଧ କରୁଛନ୍ତି ଲୋକମାନଙ୍କୁ ହଟାଇବା ପାଇଁ । ପୋଲିସ୍ ବି ବାରମ୍ବାର ଲୋକମାନଙ୍କୁ ତାଗିଦ୍ କରୁଛି । ହେଲେ କୌଣସି ସୁଫଳ ମିଳିପାରିନି । ଏହା ଭିତରେ ୭ଘଣ୍ଟାରୁ ଅଧିକ ସମୟ ବିତି ଗଲଶଣି ହେଲେ ହାତୀଟି କୂଳ ଉପରକୁ ଆସି ପାରୁନାହିଁ ।

ଅନ୍ୟପଟେ ପାଖ ଗାଁରେ ଅନ୍ୟ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ମହାନଦୀରୁ ଉଦ୍ଧାର ପାଇ ପଳାଇଥିବା ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ମହାନଦୀ ପାଖ ନୂଆ ଶାସନ ଗାଁରେ ହାତୀପଲଙ୍କ ଉତ୍ପାତ କରୁଥିବା ଜଣାପଡ଼ିଛି । ନଦୀରୁ ଉଠି ପଳାଇଥିବା ପ୍ରାୟ ୧୦ଟି ହାତୀଙ୍କ ଉତ୍ପାତ ଏବେ ପାଖ ଗାଁରେ ଜାରି ରହିଛି ।

Get real time updates directly on you device, subscribe now.