fbpx

(Video) ଯାତ୍ରୀବାହୀ ବସକୁ ଠେଲିନେଲା ହାତୀ: ଭୟଭୀତ ହୋଇପଡ଼ିଲେ ବସଯାତ୍ରୀ; ଦେଖନ୍ତୁ ଭାଇରାଲ୍ ଭିଡିଓ…

ଅନେକ ସମୟରେ ହାତୀଙ୍କ ଉପଦ୍ରବକୁ ନେଇ ଖବର ସାମ୍ନାକୁ ଆସୁଛି । ହାତୀଙ୍କ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ସହ ମଣିଷର ଜୀବନ ମଧ୍ୟ ଯାଉଛି । ଏହାରି ମଧ୍ୟରେ ହାତୀଙ୍କ ଉପଦ୍ରବକୁ ନେଇ ମୟୁରଭଞ୍ଜରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା । ଯେଉଁଠାରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗୋଟିଏ ହାତୀ କିପରି ଗୋଟିଏ ବସକୁ ଦାନ୍ତରେ ଠେଲିଠେଲି ନେଇଯାଉଛି । ଯାହାକୁ ନେଇ ଆତଙ୍କିତ ହୋଇପଡ଼ିଥିଲେ ବସଯାତ୍ରୀ ।

ସୂଚନା ଅନୁଯାୟୀ, ରବିବାର ସକାଳେ ମୟୂରଭଞ୍ଜ ଟିକରପଦାଠାରେ ଗୋଟିଏ ଯାତ୍ରୀବାହୀ ବସକୁ ଆକ୍ରମଣ କରିଥିଲା ହାତୀ । ରାଇବଣିଆ ଥାନା ଓଲମରା ରୁ ବାଲେଶ୍ୱର ଯାଉଥିବା ତାରିଣୀ ବସ୍ ଉପରକୁ ହାତୀଟି ଅଚାନକ ମାଡ଼ି ଆସିଥିଲା ଏବଂ ଦାନ୍ତରେ କିଛି ବାଟ ଠେଲିନେଇଥିଲା । ଆଉ ଏହି ସମୟରେ ଭୟଭୀତ ହୋଇପଡ଼ିଥିଲେ ବସଯାତ୍ରୀ ତେବେ ସୌଭାଗ୍ୟବସତଃ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ବସଯାତ୍ରୀ । ଏଥିରେ ବସର କାଚ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.