fbpx

ମହାନଦୀରେ ଫସିଲା ହାତୀ, ଦେଖନ୍ତୁ ଭିଡିଓ

ଆଠଗଡ଼(ଓଡ଼ିଶା ଭାସ୍କର): କଟକ ମୁଣ୍ଡଳୀରେ ମହାନଦୀ ପାଣିରେ ଫସିଛି ହାତୀ । ନଦୀପାର ହେଉଥିବା ଘଟିଛି ଏହି ଅଭାବନୀୟ ଘଟଣା । ମହାନଦୀରେ ୭ଟି ହାତୀ ଭାସିଯାଇଥିବା ସୂଚନା ମିଳିଛି । ଗୋଟିଏ ହାତୀ ଛୁଆ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ଦେଖିବାକୁ ମିଳିଥିବା ବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଯାଇ ଆଠଗଡ଼ ରେଞ୍ଜର ନୂଆଶାସନ୍ ଗାଁ ନିକଟରେ ଲାଗିଥିବା ଜଣାପଡିଛି। ଫେରିବାକୁ ଉଦ୍ୟମ କରୁଥିଲେ ବି ହାତୀ ପାଣିରୁ ବାହାରି ପାରୁନାହିଁ । ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.