fbpx

ପୁଣି ବଢ଼ିଲା ବାୟୁ ପ୍ରଦୂଷଣ, ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ରୋକ୍ : ଶ୍ରମିକଙ୍କୁ ମିଳିବ ୫୦୦୦ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣର ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବର୍ତମାନ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି କେଜରିୱାଲ ସରକାର । ତେବେ ଏଥିପାଇଁ ନିର୍ମାଣ ଶ୍ରମିକମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । ନିର୍ମାଣ କାର୍ଯ୍ୟରେ ଜଡିତ ଶ୍ରମିକଙ୍କ ଆକାଉଂଟକୁ ସର୍ବନିମ୍ନ ମଜୁରୀ ଅନୁଯାୟୀ କ୍ଷତିପୂରଣ ବାବଦରେ ୫୦୦୦ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର କହିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ପଞ୍ଜୀକୃତ ହୋଇନଥିବା ଶ୍ରମିକମାନେ କ୍ୟାମ୍ପ ସାଇଟକୁ ଯାଇ ପଞ୍ଜୀକରଣ କରି ।ରିବେ । ଉଲ୍ଲେଖନୀୟ ଯେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବୃଦ୍ଧିକୁ ନେଇ ବୁଧବାର ସୁପ୍ରିମକୋର୍ଟ ନିର୍ମାଣ କାର୍ଯ୍ୟ ବନ୍ଦ ନିଷ୍ପତିକୁ ଜାରି ରଖିବାକୁ କହିଥିଲେ । ଗୁରୁବାର ଦିନ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)୩୯୦ ରେକର୍ଡ କରାଯାଇଛି । ଏକ୍ୟୁଆଇ ୦-୫୦ ମଧ୍ୟରେ ରହିବାକୁ ଉନ୍ନତ, ୫୧-୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ ରୁ ୨୦୦ ମଧ୍ୟରେ ରହିଲେ ସାଧାରଣ, ୨୦୧ ରୁ ୩୦୦ ମଧ୍ୟରେ ଖରାପ , ୩୦୧ ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଏବଂ ୪୦୧ ରୁ ୫୦୦ ମଧ୍ୟରେ ଗୁରୁତର ଭାବରେ ବିବେଚନା କରାଯାଏ । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ୧୩ ନଭେମ୍ବରରୁ ଏକ ସପ୍ତାହ ପାଇଁ ଲକଡାଉନ୍‌ ଘୋଷଣା କରିଥିଲେ । ଏହି ସମୟ ମଧ୍ୟରେ ସ୍କୁଲଗୁଡ଼ିକୁ ବନ୍ଦ ରଖାଯିବା ସହ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଥିଲା ।

Get real time updates directly on you device, subscribe now.