fbpx

Name Change କଲେ ଏଲନ ମସ୍କ: ଏବେ ନୂଆ ନାଁରେ ପରିଚିତ ହେବେ Twitter ମାଲିକ

ନୂଆଦିଲ୍ଲୀ: ଟ୍ୱିଟରର ମାଲିକାନା ଗ୍ରହଣ କରିବା କରିବା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ ମସ୍କ ଅଧିକାଂଶ ସମୟରେ ଚର୍ଚ୍ଚାର ଘେରରେ ରହି ଆସିଛନ୍ତି । ନିକଟରେ ଟ୍ୱିଟର ବ୍ଲୁ ଟିକକୁ ନେଇ ଏଲନ ନୂଆ ନିୟମ ଲାଗୁ କରିଥିଲେ । ତେବେ ଏହା ମଧ୍ୟରେ ଏଲନଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ଏଲନ ନିଜର ନାଁ ବଦଳାଇ ଦେଇଛନ୍ତି । ଏହି ଖବରଟି ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

ତେବେ ସୂଚନା ମୁତାବକ, ଏଲନ ନିଜର ନାମ ପରିବର୍ତ୍ତନ କରିଛନ୍ତି । କିନ୍ତୁ ସେ ବାସ୍ତବ କ୍ଷେତ୍ରରେ ନିଜର ନାମ ବଦଳାଇ ନାହାନ୍ତି । ଏହି କଥାକୁ ପ୍ରଥମେ ଶୁଣିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଜର ଟ୍ୱିଟର ଆକାଉଣ୍ଟର ନାଁକୁ ଏଲନ ପରିବର୍ତ୍ତନ କରିଛନ୍ତି । ଏଣିକି ତାଙ୍କର ନୂଆ ଟ୍ୱିଟର ନାମ ‘ମିଷ୍ଟର ‘ଟୁଇଟ୍’ ଭାବେ ସମସ୍ତେ ଜାଣିବେ । ଏନେଇ ଏଲନ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏଲନ ଟ୍ୱିଟ୍ କରିଛନ୍ତି, ‘ମୁଁ ନିଜର ନାମ ପରିବର୍ତ୍ତନ କରି ମିଷ୍ଟର ଟ୍ୱିଟ୍ ରଖିଛି । ଏଣିକି ଟ୍ୱିଟର ମୋତେ ପୁଣି ଥରେ ନାମ ବଦଳାଇବାକୁ ଦେବ ନାହିଁ ।’ ତେବେ ଏହି ଟ୍ୱିଟକୁ ଏଲନ ଏକ ମଜାଳିଆ ଢଙ୍ଗରେ ଲେଖିଥିଲେ । ସେ ନିଜ ଟ୍ୱିଟ ଶେଷରେ ଏକ ହସୁଥିବା ଫଟୋକୁ ଯୋଡ଼ିଛନ୍ତି । ତେବେ ନାମ ପରିବର୍ତ୍ତନର ଇତିହାସ ଏଲନଙ୍କ ସହିତ ପୂର୍ବରୁ ଜଡ଼ିତ ରହିଛି । ସେ ପୂର୍ବରୁ ଟେସଲା ଓ ସ୍ପେସଏକ୍ସର ନେମ୍ ଚେଞ୍ଜ କରିଦେଇଥିଲେ । ଏଥିସହିତ ଗତ ୨୦୨୧ ବର୍ଷ ନଭେମ୍ବରରେ ଏଲନ ନିଜର ଟ୍ୱିଟରର ନାମ ବଦଳାଇ ଲର୍ଡେ ଏଡଜ୍ ରଖିଥିଲେ ।

Get real time updates directly on you device, subscribe now.