fbpx

ପୁଣି ଜନତାଙ୍କୁ ମହଙ୍ଗା ମାଡ଼: ୪ଟି ବ୍ୟାଙ୍କ ବଢ଼ାଇଲେ EMI ବୋଝ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହଙ୍ଗା ମାଡ଼ ଜାରି ରହିଛି । ମହଙ୍ଗା ଯନ୍ତ୍ରଣାରେ ସାଧାରଣ ଜନତା କଲବଲ ହେଉଥିବା ବେଳେ ଏହା ମଧ୍ୟରେ ପୁଣି ଏକ ବୋଝ ଲଦା ହୋଇଛି । ହାଉସିଂ ଫାଇନାନ୍ସ କମ୍ପାନୀ ଏଚଡିଏଫସି ନିଜର ଲୋନର ସୁଧ ହାର ୦.୦୫ ପ୍ରତିଶତ ବଢ଼ାଇଛି । ଯଦି ଆପଣ ଏଚିଏଫସିରୁ ହୋମ ଲୋନ ନେଇଥିବେ, ତେବେ ଆପଣଙ୍କର ଇଏମଆଇର ବୋଝ ନିଶ୍ଚିତ ଭାବେ ବୃଦ୍ଧି ପାଇବ ।

ଦେଶର ୪ଟି ପ୍ରମୁଖ ହାଉସିଂ ଫାଇନାନ୍ସ ଇନଷ୍ଟିଚ୍ୟୁସନ ସେମାନଙ୍କର ଲୋନର ସୁଧ ହାର ବୃଦ୍ଧି କରିଛନ୍ତି । ଏଚଡିଏଫସିରୁ ୩୦ ଲକ୍ଷ ପର୍ଯ୍ୟନ୍ତ ହୋମ ଲୋନ ନେଇଥିବା ମହିଳାଙ୍କ ପାଇଁ ସୁଧ ହାର ୭.୧୦ ପ୍ରତିଶତ ଓ ଅନ୍ୟମାନଙ୍କ ପାଇଁ ୭.୧୫ ପ୍ରତିଶତ ରହିବ । ସେହିପରି ୭୫ ଲକ୍ଷ ପର୍ଯ୍ୟନ୍ତ ଲୋନ ନେଇଥିବା ମହିଳାଙ୍କ ପାଇଁ ସୁଧ ହାର ୭.୪୦ ପ୍ରତିଶତ ଓ ଅନ୍ୟମାନଙ୍କ ପାଇଁ ୭.୫୦ ପ୍ରତିଶତ ରହିବ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଜୁନ ୧ରୁ ଏମସିଏଲଆର ୦.୧୫ ପ୍ରତିଶତ ବୃଦ୍ଧି କରିଛି । ଏହାପରେ ଓଭରନାଇଟ୍ ଲୋନ ପାଇଁ ନୂଆ ସୁଧ ହାର ୬.୭୫ ପ୍ରତିଶତ ରହିବ । ଆଇସିଆଇସିଆଇ ନିଜର ଏମସିଏଲଆର ବଢ଼ାଇବା ପରେ ଓଭରନାଇଟ୍ ଲୋନ ପାଇଁ ସୁଧ ହାର ୭.୩୦ ପ୍ରତିଶତ ହେବ । ବ୍ୟାଙ୍କ ଅଫ୍ ଇଣ୍ଡିଆର ଏମସିଏଲଆର ବଢ଼ିବା ପରେ ଓଭରନାଇଟ୍ ଲୋନ ପାଇଁ ୭.୦୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ ।

Get real time updates directly on you device, subscribe now.