ତାରିଫ କଲେ କିନ୍ତୁ ବୋନସ୍ ଦେଲେନି ବସ୍, ରାଗରେ କର୍ମଚାରୀ କଲେ ଏଭଳି କାଣ୍ଡ, ଶୁଣି ବେହୋସ୍ ହୋଇଯିବେ ଆପଣ
ବୋନସ୍ ଦେଲେନି ବସ୍, ରାଗରେ କର୍ମଚାରୀ କଲେ ଏଭଳି କାଣ୍ଡ
ନୂଆଦିଲ୍ଲୀ: ଚାଲିଛି ଦିୱାଲି ସିଜିନ୍ । ପ୍ରାୟ ସମସ୍ତ ଅଫିସରେ ବୋନସ୍ ପାଇଁ ଅପେକ୍ଷା କରିଛନ୍ତି କର୍ମଚାରୀ । ଏଭଳି ପରିସ୍ଥିତିରେ ଯେତେବେଳେ ଅଫିସର ବସ୍ ଆସନ୍ତା ବର୍ଷ ଦେଖିବା ବୋଲି କୁହନ୍ତି ସେତେବେଳେ କର୍ମଚାରୀ ବି ପୁରା ଅସନ୍ତୁଷ୍ଟ ହୋଇଯାଆନ୍ତି । କିନ୍ତୁ ଏ ଘଟଣାକୁ କୁ ନେଇ ରାଗରେ ଚାକିରି ଛାଡିଦେବା କେତେ ଦୁର ଠିକ୍ । ନିକଟରେ ଜଣେ ବ୍ୟକ୍ତି କରିଛନ୍ତି ଏପରି କିଛି କାଣ୍ଡ ।
ତାଙ୍କ ବସ୍ ତାଙ୍କ କାମକୁ ଦୀର୍ଘ ୨୦ ମିନିଟ୍ ପର୍ଯ୍ୟନ୍ତ ପ୍ରଶଂସା କଲେ । କିନ୍ତୁ ବୋନସ ବିଷୟରେ ପଚାରିବାରୁ ଆସନ୍ତା ବର୍ଷ ଦେଖିବା କହି ନୀରବ ରହିଲେ ବସ୍ । ଆଉ ତା’ପରେ କର୍ମଚାରୀ ଜଣଙ୍କ ବିରକ୍ତ ହୋଇ ସଙ୍ଗେ ସଙ୍ଗେ ଇସ୍ତଫା ଦେଇଦେଲେ ।
ଭାଇରାଲ ପୋଷ୍ଟ: Reddit ରେ ଏକ ଭାଇରାଲ ପୋଷ୍ଟରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଗତ ସପ୍ତାହରେ ତାଙ୍କର ଆନୁଆଲ୍ ରୁଭ୍ୟୁ ହୋଇଥିଲା । ତାଙ୍କ ବସ୍ ତାଙ୍କୁ ଦୀର୍ଘ ୨୦ ମିନିଟ୍ ଧରି ପ୍ରଶଂସା କଲେ । ସେ କହିଥିଲେ ଯେ ସେ କମ୍ପାନୀ ପାଇଁ ଅତ୍ୟାବଶ୍ୟକ ଏବଂ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଉତ୍କୃଷ୍ଟ। କିନ୍ତୁ ଯେତେବେଳେ ବୋନସର କଥା ଆସିଲା… ସେତେବେଳେ ନୀରବ ହୋଇଗଲେ ବସ୍ । ବ୍ୟବହାରକାରୀ ଜଣଙ୍କ ଲେଖିଛନ୍ତି, “ବସ୍ ‘ବଜେଟ୍ ଅଭାବ’ କିମ୍ବା ‘ଆର୍ଥିକ ସମସ୍ୟା’ ବିଷୟରେ ଉଲ୍ଲେଖ କରିନଥିଲେ। ସେ କେବଳ କହିଥିଲେ ଯେ ଏହି ବର୍ଷର ବୋନସ୍ ଟଙ୍କା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଅର୍ଥାତ୍, ‘ବୋନସ୍ ନାହିଁ।'”
ରଖିଲେ ନୂଆ ମ୍ୟାନେଜର୍: କେବଳ ସେତିକି ନୁହେଁ କିଛି ଦିନ ପରେ ସେ ଜାଣିବାକୁ ପାଇଲେ ଯେ କମ୍ପାନୀ ଦୁଇଜଣ ନୂଆ ମ୍ୟାନେଜରଙ୍କୁ ନିଯୁକ୍ତି ଦେଇଛି, ଯାହାଙ୍କ ଦରମା ତାଙ୍କଠାରୁ ପ୍ରାୟ ଦୁଇଗୁଣ ଅଧିକ। ତା’ପରେ…ସେ ସେହି ସମୟରେ ନିଷ୍ପତ୍ତି ନେଲେ ଯେ ଆଗକୁ ବଢ଼ିବାର ସମୟ ଆସିଛି। ସେ Reddit ରେ ଲେଖିଲେ, “ମୁଁ ଦୁଇ ସପ୍ତାହର ନୋଟିସ ଦେଇଥିଲି। ବସ୍ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପଚାରିଲେ ଯେ ସେ ମୋତେ ରୋକିବା ପାଇଁ କ’ଣ କରିପାରିବେ। ମୁଁ କହିଲି, ‘ଆପଣ ପ୍ରଥମରୁ ମୋତେ ଦେଖେଇସାରିଛନ୍ତି ଯେ, ଆପଣଙ୍କ ଆଗରେ ମୋର ମୂଲ୍ୟ କଣ।”
ୟୁଜର୍ସଙ୍କ ପ୍ରତିକ୍ରିୟା: ପୋଷ୍ଟଟି ଖୁବ୍ କମ୍ ସମୟରେ ଭାଇରାଲ ହୋଇଛି । ପ୍ରଚୁର ଲାଇକ୍ ସହ ଲୋକେ ନିଜ ନିଜର ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଆପଣ ଠିକ୍ କାମ କରିଛନ୍ତି। ନିଜର ମୂଲ୍ୟ ବୁଝିବା ଗୁରୁତ୍ୱପୂର୍ଣ୍ଣ ।” ଆଉ ଜଣେ ଲେଖିଛନ୍ତି, “କମ୍ପାନୀମାନେ ନୂଆ ନିଯୁକ୍ତଙ୍କ ପାଇଁ ଟଙ୍କା ରଖିଥାନ୍ତି, କିନ୍ତୁ ପୁରୁଣା କର୍ମଚାରୀଙ୍କ ପାଇଁ ନୁହେଁ।” ସେହିପରି ଆଉ ଜଣେ ଲେଖିଛନ୍ତି, “ଆପଣ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଯେକୌଣସି ବ୍ୟକ୍ତିଙ୍କୁ ପ୍ରେରଣା ଦେବ ଯେଉଁମାନେ ନିଜର ମୂଲ୍ୟ ଭୁଲି ଯାଇଛନ୍ତି।”
