fbpx

ଦୀର୍ଘ ଦିନର ନୀରବତା ପରେ ଗର୍ଜିଲା କମିଶନରେଟ ପୋଲିସ ବନ୍ଧୁକ, କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର

ଭୁବନେଶ୍ୱର: ଦୀର୍ଘ ଦିନର ନୀରବତା ପରେ ପୁଣି ରାଜଧାନୀରେ ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ କୁ ଏନକାଉଣ୍ଟର କଲା କମିଶନରେଟ ପୋଲିସ। କମିଶନରେଟ ପୋଲିସ ର ସ୍ପେଶାଲ ଟିମ୍ କରିଛି ଏନକାଉଣ୍ଟର୍। ବାଂକୁଆଲ ନଦୀଘାଟ ନିକଟରେ ହେଈଛି ଏନକାଉଣ୍ଟ । ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

ପୋଲିସ କୁ ଦେଖି ପୋଲିସ ଉପରେ ଗୁଳି ଚାଳନା କରିଥିଲା ଏହି ଅଭିଯୁକ୍ତ । ପୋଲିସ ପ୍ରତିଆକ୍ରମଣ ରେ ଗୁଳି ଚାଳନା କରିଥିଲା.ହତ୍ୟା,ହତ୍ୟା ଉଦ୍ୟମ,ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ସାଂଘାତିକ ମାମଲା ଉକ୍ତ ଅଭିଯୁକ୍ତ ନା ରେ ଥିଲା । ଗତ ୧୭ ତାରଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସ ରେ ବୋମା ମାଡ଼ କରିଥିଲା ଏହି ଦୁର୍ବୁତ୍ତ । ସୁପାରୀ ନେଇ ସୁନା ଦୋକାନରେ କରିଥିଲ ବୋମାମାଡ । ଏବେସୁଦ୍ଧା ୫୦ ରୁ ଅଧିକ ଅପରାଧିକ ମାମଲାରେ ଜିତେନ୍ଦ୍ର ର ସମ୍ପୃକ୍ତି ରହିଛି ।

Get real time updates directly on you device, subscribe now.