ଇଂଲଣ୍ଡ ଠାରୁ ୧୨୫ର ରନ ବଡ ବ୍ୟବଧାନରେ ହାରିଲା ଭାରତ
ନଟିଂହାମ୍ଠାରେ ଇଂଲଣ୍ଡର ଦ୍ରୁତ ବୋଲରମାନେ ଭାରତୀୟ ବ୍ୟାଟିଂ ଲାଇନଅପ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇ ଦଳକୁ ୧୨୫ ରନ୍ର ଏକ ବଡ଼ ବିଜୟ ଦେଇଛନ୍ତି। ଟି-୨୦ ବିଶ୍ୱ ଚାମ୍ପିଅନ୍ ଭାରତ ଏହି ଫର୍ମାଟ୍ରେ ତା’ର ସବୁଠାରୁ ବଡ଼ ପରାଜୟର ସାମ୍ନା କରିବା ପରେ ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ଚାପ ଆହୁରି ବଢ଼ିଯାଇଛି। ଏହି ବିଜୟ ସହ ଘରୋଇ ଦଳ (ଇଂଲଣ୍ଡ) ଏବେ ସିରିଜ୍ରେ ସହଜରେ ଆଗୁଆ ରହିଛି।
ନଟିଂହାମ୍: ଟି-୨୦ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଦଳକୁ ବଡ଼ ମାତ ଦେଇଛି ଇଂଲଣ୍ଡ। ରନ୍ ବ୍ୟବଧାନ ହିସାବରେ ଭାରତୀୟ ଦଳ ଟି-୨୦ ଇତିହାସରେ ତା’ର ସବୁଠାରୁ ବଡ଼ ପରାଜୟ ଭୋଗିଛି। ନଟିଂହାମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚର ଏବଂ ଜୋସ୍ ଟଙ୍ଗ୍ ଭାରତୀୟ ବ୍ୟାଟିଂର ଅଣ୍ଟା ଭାଙ୍ଗି ଦେଇଛନ୍ତି, ଯାହାଫଳରେ ଇଂଲଣ୍ଡ ୧୨୫ ରନ୍ରେ ମ୍ୟାଚ୍ ଜିତି ନେଇଛି। ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ଖରାପ ଫର୍ମ ଏବେ ବି ଚିନ୍ତା ବଢ଼ାଇଛି ଏବଂ କ୍ୟାପ୍ଟେନ୍ ଭାବେ ସେ ନିଜର ପ୍ରଥମ ବିଜୟ ଅପେକ୍ଷାରେ ଅଛନ୍ତି। ସବୁବେଳେ ଭାରତୀୟ ବ୍ୟାଟରମାନେ ଇଂଲଣ୍ଡର ଥଣ୍ଡା ପାଗ ଓ ସୁଇଂ ବୋଲିଂ ଆଗରେ ଅସୁବିଧାରେ ପଡ଼ନ୍ତି, ଆଉ ଆଜି ରାତିରେ ମଧ୍ୟ ସେଇଆ ହିଁ ହେଲା।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୧ ରନର ଏକ ବଡ଼ ସ୍କୋର କରିଥିଲା। ଓପନର ଫିଲ୍ ସଲ୍ଟ ମାତ୍ର ୪୪ ବଲ୍ରୁ ୭୦ ରନ୍ କରି ଦଳକୁ ଏକ ଦମଦାର ଆରମ୍ଭ ଦେଇଥିଲେ। ଜୋସ୍ ବଟଲର୍ ୩୬ ରନ୍ କରି ପ୍ରିନ୍ସ ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଶେଷ ଓଭରଗୁଡ଼ିକରେ ସାମ୍ କୁରାନ ନଟ୍ଆଉଟ୍ ରହି ୪୧ ରନ ର ଏକ ଦରକାରୀ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ପ୍ରିନ୍ସ ଯାଦବ ଏବଂ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ମଧ୍ୟ ରନ୍ ଗତିକୁ କମାଇ ପାରି ନଥିଲେ।
ତାସର ଘର ଭଳି ଭାଙ୍ଗିଗଲା ଭାରତୀୟ ବ୍ୟାଟିଂ:
୨୦୨ ରନ୍ର ପିଛା କରି ଭାରତୀୟ ଓପନରମାନେ ଆରମ୍ଭରୁ ଛକା-ଚୌକା ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବହୁତ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ଜୋସ୍ ଟଙ୍ଗ୍ ଏବଂ ଜୋଫ୍ରା ଆର୍ଚ୍ଚର ନିଜର ଖରତର ବୋଲିଂରେ ଭାରତର ଟପ୍ ଅର୍ଡର ବ୍ୟାଟରମାନଙ୍କୁ ଆଉଟ୍ କରିଦେଇଥିଲେ। ପ୍ରଥମ ୬ ଓଭର ଭିତରେ ହିଁ ଭାରତ ୫୨ ରନ୍ରେ ୫ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଏବଂ ସେଥିରୁ ଆଉ ବାହାରି ପାରି ନଥିଲା। ପୂରା ଭାରତୀୟ ଦଳ ମାତ୍ର ୧୨ ଓଭର ବି ଖେଳିପାରି ନଥିଲା ଏବଂ କେବଳ ୭” ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଟି-୨୦ କ୍ରିକେଟ୍ ଇତିହାସରେ ଏହା ଭାରତର ଦ୍ୱିତୀୟ ସର୍ବନିମ୍ନ ସ୍କୋର।
ଇଂଲଣ୍ଡ ପକ୍ଷରୁ ଜୋସ୍ ଟଙ୍ଗ୍ ୨୮ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଜୋଫ୍ରା ଆର୍ଚ୍ଚର ୩ଟି ୱିକେଟ୍ ନେଇ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ହୋଇଛନ୍ତି। ସ୍ପିନର ଆଦିଲ ରଶିଦ ମଧ୍ୟ ୨ଟି ୱିକେଟ୍ ନେଇ ଇଂଲଣ୍ଡର ପୂର୍ବତନ ବୋଲର ଡାରେନ୍ ଗଫ୍ଙ୍କୁ ୱିକେଟ୍ ମାମଲାରେ ପଛରେ ପକାଇ ଦେଇଛନ୍ତି। ଏହି ମ୍ୟାଚ୍ ଜିତିବା ପରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଇଂଲଣ୍ଡ ଏବେ ୨-୦ ରେ ଆଗୁଆ ଅଛି। ସିରିଜ୍କୁ ବରାବର କରିବାକୁ ହେଲେ ଭାରତକୁ ଏବେ ବାକି ସବୁଯାକ ମ୍ୟାଚ୍ ଜିତିବାକୁ ପଡ଼ିବ। ଚତୁର୍ଥ ମ୍ୟାଚ୍ ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ରଣନୀତି ବଦଳାଉ ବୋଲି କ୍ରିକେଟ୍ ପ୍ରେମୀମାନେ ଚାହୁଁଛନ୍ତି।


