fbpx

ପୁଣି ପାକିସ୍ତାନକୁ ଝଟକା, ନ୍ୟୁଜିଲାଣ୍ଡ ପରେ ପାକ୍ ଗ୍ରସ୍ତ ବାତିଲ କଲା ଇଂଲଣ୍ଡର ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍

ଲଣ୍ଡନ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିପଦ ଆଶଙ୍କା କରି ପାକିସ୍ତାନ ଗସ୍ତ ବାତିଲ କରି ଫେରି ଆସିବା ପରେ ଇଂଲଣ୍ଡ କ୍ରିକେଟ ଦଳର ଆଗାମୀ ପାକିସ୍ତାନ ଗସ୍ତ ବାତିଲ କରିଛି । ପୂର୍ବତନ ଇଂଲଣ୍ଡ କ୍ରିକେଟ ଅଧିନାୟକ ମାଇକେଲ ଭନ୍‌ କହିଛନ୍ତି ଯେ ଏହି ମ୍ୟାଚକୁ ୟୁନାଇଟେଡ ଆରବ ଏମିରେଟ୍ସକୁ ସ୍ଥାନାନ୍ତରିତ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ବିଚାର ବିମର୍ଷ ଚାଲିଛି । ମାତ୍ର ଏହା ସମ୍ଭବ ନୁହେଁ । ବରଂ ପରିସ୍ଥିତିକୁ ଦେଖି ବାତିଲ କରାଗଲେ ନିଶ୍ଚିତ ଭଲ ହେବ । ପାକିସ୍ତାନ ଗସ୍ତ କରିବା ପାଇଁ ଖେଳାଳି ମାନେ ନିଶ୍ଚିତ ଭୟ କରିବେ ।

ସୂଚନା ଯୋଗ୍ୟ ଯେ ଇଂଲଣ୍ଡର ପୁରୁଷ ଓ ମହିଳା ଦଳ ଆଗାମୀ ସମୟରେ ପାକିସ୍ତାନ ଗ୍ରସ୍ତ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଗସ୍ତ ବାତିଲ କରି ଗତକାଲି ଏକ ସ୍ୱତନ୍ତ୍ର ଚାର୍ଟର ବିମାନରେ ଦୁବାଇରେ ପହଞ୍ଚିଛନ୍ତି । ବର୍ତ୍ତମାନ ସେଠାରେ ୩୪ ଜଣିଆ ଦଳ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ କିଛି ଖେଳାଳି ଆଉ କିଛି ଦିନ ପରେ ସ୍ୱଦେଶ ଫେରିଯିବେ । ଅବଶିଷ୍ଟ ଖେଳାଳି ଏଠାରେ ଅବସ୍ଥାନ କରିବା ସହିତ ଆଗାମୀ ଟି-୨୦ ବିଶ୍ୱକପ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଦଳ ସହିତ ଯୋଗଦେବେ । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ମୁଖ୍ୟ ଡେଭିଡ ହ୍ୱାଇଟ କହିଛନ୍ତି ଯେ ଖେଳାଳି ମାନେ ବିପଦ ଆଶଙ୍କା ନେଇ ସୂଚନା ପାଇବା ପରେ ପାକିସ୍ତାନ ଗସ୍ତ ବାତିଲ ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା ।

Get real time updates directly on you device, subscribe now.