fbpx

India vs England: ଇଂଲଣ୍ଡର ଟସ୍ ଜିତି ବୋଲିଂ ନିଷ୍ପତ୍ତି, ଜାଣନ୍ତୁ କ’ଣ ରହିଛି ଭାରତର ପ୍ଳେୟିଙ୍ଗ ୧୧

ଇଂଲଣ୍ଡ(ଓଡ଼ିଶା ଭାସ୍କର): ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତବର୍ଷ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ମୁକାବିଲା ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚରେ ଆୟୋଜକ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ଧୁଳି ଚଟାଇଥିବା ଇଂଲଣ୍ଡ ଭାରତ ବିପକ୍ଷରେ ମଧ୍ୟ ଏହି ଫର୍ମ ଜାରି ରଖିବାକୁ ଚାହୁଁଛି। ଏହି ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ଅଛି ଯାହା ୨୦୨୧ ରେ ଅସମ୍ପୂର୍ଣ୍ଣ ରହିଥିଲା।

ତେବେ ଏହି ସିରିଜ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ବହୁତ ଲଢିବାକୁ ପଡ଼ିବ। ନିୟମିତ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍ କିଛି ଦିନ ପୂର୍ବରୁ କରୋନା କବଳରେ ଆସିବାରୁ, ସେ ଏହି ମ୍ୟାଚରୁ ବାଦ ପଡିଥିଲେ । ତାଙ୍କ ସ୍ଥାନରେ ଜସପ୍ରୀତ ବୁମ୍ରାଙ୍କୁ ଦଳର ନିର୍ଦ୍ଦେଶ ଦିଆଯାଇଥିବାବେଳେ ଋିଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି। ରୋହିତଙ୍କ ପୂର୍ବରୁ କେ.ଏଲ୍ ରାହୁଲ ମଧ୍ୟ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ଏହି ସିରିଜର ଶେଷ ଚାରିଟି ମ୍ୟାଚରେ ଏହି ଦୁଇ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଥିଲେ।

ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ପାଇଁ ସିରିଜ୍ ଜିତିବା ସହଜ ହେବ ନାହିଁ । ଇଂଲଣ୍ଡ ବିଷୟରେ କହିଲେ, ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୦ ପରାସ୍ତ କରିବା ପରେ ଇଂରାଜୀ ଦଳ ଏହି ମ୍ୟାଚ୍ ଖେଳିବାକୁ ଆସିଛି, ତେଣୁ ଦଳର ଆତ୍ମବିଶ୍ୱାସ ବେଶ ଉପରେ ରହିଛି।

ଇଂଲଣ୍ଡ ଏକାଦଶ: ଆଲେକ୍ସ ଲିସ୍, ଜ୍ୟାକ୍ କ୍ରୋଲେ, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ସାମ୍ ବିଲିଙ୍ଗସ୍(ୱିକେଟ ରକ୍ଷକ), ମାଥ୍ୟୁ ପୋଟ୍ସ, ଷ୍ଟୁଆର୍ଟ ବ୍ରଡ୍, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ୍।

ଭାରତ ଏକାଦଶ: ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟାସ ଆୟର,ଋିଷଭ ପନ୍ତ(ୱିକେଟ ରକ୍ଷକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା (ଅଧିନାୟକ)।

Get real time updates directly on you device, subscribe now.