fbpx

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡାନ୍ତ ଏକାଦଶ ଘୋଷଣା, ଦଳକୁ ଫେରିଲେ ଆଣ୍ଡରସନ

ବର୍ମିଂଘମ: ଆସନ୍ତାକାଲି ଭାରତ ଏବଂ ଘରୋଇ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା। ଏଥିପାଇଁ ଇଂଲଣ୍ଡ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି। ଏଜବାଷ୍ଟନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଦଳକୁ ଫେରିଛନ୍ତି ବରିଷ୍ଠ ବୋଲର ଜେମ୍ସ ଆଣ୍ଡରସନ। ଓ୍ଵିକେଟ୍ କିପର ଭାବେ ସାମ ବିଲିଙ୍ଗ୍ସଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଆଣ୍ଡରସନ ନ୍ୟୁଜିଲାଣ୍ଡ ବିପକ୍ଷ ନିକଟରେ ସଂପନ୍ନ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଆହତ କାରଣରୁ ଖେଳି ପାରିନଥିଲେ।

ବେନ ଫୋକ୍ସ କରୋନା ପଜିଟିଭ୍ ଥିବା କାରଣରୁ ଓ୍ଵିକେଟ୍ କିପର ସାମ ବିଲିଙ୍ଗ୍ସକୁ ଦଳରେ ସୁଯୋଗ ମିଳିଛି। ଜେମି ଓଭରଟର୍ନଙ୍କୁ ମଧ୍ୟ ଦଳରୁ ବାହାରେ ରଖାଯାଇଛି। କାରଣ ଦଳକୁ ଜେମ୍ସ ଆଣ୍ଡରସନ ଫେରିଛନ୍ତି। ତାଙ୍କ ସହିତ ରହିଛନ୍ତି ବରିଷ୍ଠ ବୋଲର ଷ୍ଟୁଆର୍ଟ ବ୍ରଡ। ଅନ୍ୟ ବୋଲର ଭାବେ ଇଂଲଣ୍ଡ ଚୂଡାନ୍ତ ଏକାଦଶରେ ମାଥ୍ୟୁ ପାଟ୍ସ ଏବଂ ଜ୍ୟାକ୍ ଲିଚଙ୍କୁ ସାମିଲ୍ କରିଛି।

ସୂଚନାଯୋଗ୍ୟ, କରୋନା କରୋଣାରୁ ଗତ ବର୍ଷ ଏହି ସିରିଜର ଶେଷ ତଥା ପଞ୍ଚମ ଟେଷ୍ଟ ଖେଳାଯାଇ ପାରିନଥିଲା। ବର୍ତ୍ତମାନ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ଯଦି ଏହି ମୁକାବିଲା ଡ୍ର ହୁଏ କିମ୍ବା ଭାରତ ଜିତେ ତେବେ ଦଳ ଇତିହାସ ରଚିବ। ହାରିଲେ ସିରିଜ ୨-୨ରେ ଡ୍ର ରହିବ। ଅନ୍ୟପଟେ ଇଂଲଣ୍ଡ ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ୩-୦ରେ ହରାଇ ଦୃଢ ମନୋବଳ ସହ ଆସନ୍ତାକାଲି ପଡିଆକୁ ଓହ୍ଲାଇବ।

ଇଂଲଣ୍ଡର ଚୂଡାନ୍ତ ଏକାଦଶ

ଆଲେକ୍ସ ଲିସ୍, ଜ୍ୟାକ୍ କ୍ରାଉଲି, ଓଲି ପୋପ, ଜୋ ରୁଟ୍, ଜୋନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ(ଅଧିନାୟକ), ସାମ ବିଲିଙ୍ଗ୍ସ(ଓ୍ଵିକେଟ୍ କିପର), ମାଥ୍ୟୁ ପାଟ୍ସ, ଷ୍ଟୁଆର୍ଟ ବ୍ରଡ, ଜ୍ୟାକ୍ ଲିଚ୍ ଏବଂ ଜେମ୍ସ ଆଣ୍ଡରସନ।

 

Get real time updates directly on you device, subscribe now.