EPFO New Rule: ଏହି କାମ ସମ୍ପୁର୍ଣ୍ଣ କରିନଥିଲେ ବୁଡିଯିବ ଆପଣଙ୍କ ସବୁ ଟଙ୍କା, ଏବେ ଘରେ ବସି ସାରନ୍ତୁ ସବୁ କାମ
EPFO New Rule: ଏହି କାମ ସମ୍ପୁର୍ଣ୍ଣ କରିନଥିଲେ ବୁଡିଯିବ ଆପଣଙ୍କ ସବୁ ଟଙ୍କା
EPFO New Rule: EPFO ତାର କୋଟିକୋଟି ସଦସ୍ୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା ଜାରି କରିଛି। PF ଆକାଉଣ୍ଟରେ ଯଦି ଆପଣଙ୍କର ଚାକିରି ଆରମ୍ଭ କିମ୍ବା ଛାଡ଼ିବା ତାରିଖ (Date of Exit) ଭୁଲ୍ ରହିଛି, ତେବେ ଆପଣଙ୍କୁ ସୁଦ ଓ ପେନସନ୍ରେ ବଡ଼ କ୍ଷତି ସହିବାକୁ ପଡ଼ିପାରେ।
EPFO ଅନୁସାରେ, ଜବ୍ ଜଏନ୍ ଓ ଏକ୍ସିଟ୍ ତାରିଖରେ ସାମାନ୍ୟ ଭୁଲ୍ ମଧ୍ୟ PF ବ୍ୟାଲାନ୍ସ ଏବଂ ପେନ୍ସନ୍ ଯୋଗ୍ୟତାରେ ଖରାପ ପ୍ରଭାବ ପକାଏ। ଏହାକୁ ଅଣଦେଖା କଲେ ରିଟାୟର୍ମେଣ୍ଟ ସମୟରେ ବଡ଼ ସମସ୍ୟା ହୋଇପାରେ।
Date of Exit କାହିଁକି ଗୁରୁତ୍ୱପୂର୍ଣ୍ଣ?
ଚାକିରି ଛାଡ଼ିବା ତାରିଖ ଅପଡେଟ୍ ନହେଲେ ଆପଣ ଅନଲାଇନ୍ରେ PF ଟଙ୍କା ଉଠାଇ ପାରିବେ ନାହିଁ। ଏହା ସହିତ ପୁରୁଣା କମ୍ପାନୀର PF କୁ ନୂଆ କମ୍ପାନୀକୁ ଟ୍ରାନ୍ସଫର କରିବାରେ ମଧ୍ୟ ଅସୁବିଧା ହୁଏ। ସବୁଠାରୁ ମୁଖ୍ୟ କଥା ହେଉଛି, ଏହି ତାରିଖ ଉପରେ ଆପଣଙ୍କ ପେନ୍ସନ୍ (EPS) ଗଣନା ହୁଏ।
ଭୁଲ୍ ତଥ୍ୟରୁ ବଡ଼ କ୍ଷତି
ଯଦି ଆପଣଙ୍କ PF ରେକର୍ଡରେ ତାରିଖ ଭୁଲ୍ ରହେ, ତେବେ ଆପଣଙ୍କର PF କ୍ଲେମ୍ ରିଜେକ୍ଟ ହୋଇପାରେ । ଏଥିସହ ଟଙ୍କା ଉଠାଇବାରେ ବିଳମ୍ବ, ପେନ୍ସନ୍ ଗଣନା ଭୁଲ୍, ରିଟାୟର୍ମେଣ୍ଟ ସମୟରେ କମ୍ ଟଙ୍କା ମିଳିବା, ପୁରୁଣା PF ଆକାଉଣ୍ଟ ବନ୍ଦ କରିବାରେ ସମସ୍ୟା ଆଦି ଉପୁଜିପାରେ ।
ଏବେ ଘରେ ବସି କରନ୍ତୁ ଅପଡେଟ୍
ପୂର୍ବରୁ ‘Date of Exit’ ଅପଡେଟ୍ କରିବାର ଅଧିକାର କେବଳ ଏମ୍ପ୍ଲୟର୍ଙ୍କ ପାଖରେ ଥିଲା, କିନ୍ତୁ ଏବେ ଆପଣ ନିଜେ UAN Portal ଦ୍ୱାରା ଏହା କରିପାରିବେ। ତେବେ ମନେ ରଖନ୍ତୁ, ଚାକିରି ଛାଡ଼ିବା ପରେ ୨ ମାସ ପରେ ହିଁ ଆପଣ ଏହି ଅପଡେଟ୍ କରିପାରିବେ।
କିପରି କରିବେ ଅପଡେଟ୍?
- ପ୍ରଥମେ UAN ପୋର୍ଟାଲରେ ଲଗ୍ଇନ୍ କରନ୍ତୁ
- ‘Manage’ ଟ୍ୟାବରେ ‘Mark Exit’ ବିକଳ୍ପ ଚୟନ କରନ୍ତୁ
- ପୁରୁଣା କମ୍ପାନୀ ଓ PF ଆକାଉଣ୍ଟ ବାଛନ୍ତୁ
- ଏକ୍ସିଟ୍ ତାରିଖ ଓ କାରଣ ଭରନ୍ତୁ
- OTP ଦେଇ ସବମିଟ୍ କରନ୍ତୁ
କେଉଁ ଡକ୍ୟୁମେଣ୍ଟ ଦରକାର ପଡ଼ିପାରେ?
- ଅଫର୍ ଲେଟର / ଜଏନିଂ ଲେଟର
- ରିଲିଭିଂ ଲେଟର
- ସାଲେରି ସ୍ଲିପ୍
- ଆଧାର କାର୍ଡ
ତେଣୁ ବିଳମ୍ବ ନକରି ଆଜିହିଁ UAN ପୋର୍ଟାଲରେ ଯାଇ ‘Service History’ ଚେକ୍ କରନ୍ତୁ ଏବଂ ଯଦି ‘Date of Exit’ ଭୁଲ୍ ଅଛି, ତାହାକୁ ତୁରନ୍ତ ସୁଧାରନ୍ତୁ। ଆପଣଙ୍କ ଭବିଷ୍ୟତ୍ ସୁରକ୍ଷା ଆପଣଙ୍କ ହାତରେ।
