fbpx

ଗଣେଶ ଚତୁର୍ଥିରେ ଘରେ ସ୍ଥାପନା କରନ୍ତୁ ଶ୍ରୀଗଣେଶଙ୍କ ଏହି ରଙ୍ଗର ମୂର୍ତ୍ତି: ସମସ୍ତ ମନସ୍କାମନା ହେବ ପୂର୍ଣ୍ଣ

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥି ତିଥିରେ ପ୍ରଭୁ ଶ୍ରୀଗଣେଶଙ୍କ ଜନ୍ମ । ଯାହାକୁ ଗଣେଶ ଚତୁର୍ଥି କୁହାଯାଇଥାଏ । ଏହି ଦିନ ଖୁବ୍ ଧୁମଧାମରେ ବିଘ୍ନେଶ୍ୱରଙ୍କର ସ୍ଥାପନା କରାଯାଇଥାଏ । ତେବେ ଘରେ ଗଣପତିଙ୍କ ସ୍ଥାପନା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଭଗବାନ ଗଣେଶଙ୍କ ଅପାର କୃପା ମିଳିଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଗଣେଶ ସ୍ଥାପନା ଏବଂ ପୂଜା କରିବାର କିଛି ନିୟମ ରହିଥାଏ । ତେବେ ଏହି ନିୟମ ପାଳନ କରିବା ଦ୍ୱାରା ଆପଣଙ୍କ ସମସ୍ତ  ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗଣେଶ ସ୍ଥାପନାର ନିୟମ: ଶାସ୍ତ୍ର ଅନୁସାରେ ଘରେ ପ୍ରଭୁ ଗଣପତିଙ୍କ ସ୍ଥାପନା ସମୟରେ ତାଙ୍କ ପ୍ରତିମାର ଆକୃତି, ରଙ୍ଗ, ଆକାର ଏବଂ ଦିଗ ବିଷୟରେ ଧ୍ୟାନ ଦେବା ଆବଶ୍ୟକ । ଏପରି କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି, ଧନ ଏବଂ ବୈଭବ ପ୍ରାପ୍ତି ହୋଇଥାଏ ।

ଧନ ପ୍ରାପ୍ତି ପାଇଁ ଘରେ ଏହି ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ: ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ କୁହାଯାଇଥାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମେ ପ୍ରଭୁ ଗଣେଶଙ୍କ ସ୍ଥାପନା କରାଯାଇଥାଏ ।ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପ୍ରଭୁ ଗଣପତିଙ୍କର ଗୋଲାପି ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ । ଏପରି କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ଏବଂ ବୈଭବ ବଢିଥାଏ ।

ଘରେ ଶାନ୍ତି ଏବଂ ପବିତ୍ରତା ଏହି ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ: ଆପଣ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଚାହୁଁଥିଲେ ବପ୍ପାଙ୍କର ଧଳା ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ । ବାସ୍ତୁ ଅନୁସାରେ ଧଳା ରଙ୍ଗର ଗଣପତି ବହୁତ ପବିତ୍ର ଏବଂ ଶାନ୍ତିର ପ୍ରତିକ ହୋଇଥାନ୍ତି । ତେଣୁ ଘରେ ଏହି ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ ।

ସଙ୍କଟ ଦୂର ପାଇଁ ଘରେ ସ୍ଥାପନା କରନ୍ତୁ ଏହି ରଙ୍ଗର ମୂର୍ତ୍ତି: ଗଣପତିଙ୍କ ପୂଜା କରିବା ଦ୍ୱାରା ଜୀବନରେ ଲାଗି ରହିଥିବା ସଙ୍କଟ ଦୂର ହୋଇଥାଏ । ଯଦି ଆପଣଙ୍କର କୌଣସି କାମ ଦୀର୍ଘ ଦିନ ଧରି ଅଟକି ରହିଛି କିମ୍ବା ଜୀବନରେ ଅନେକ ଦିନ ହେବ ସମସ୍ୟା ଲାଗି ରହିଛି ତେବେ ଆପଣ ଘରେ ପ୍ରଭୁ ଗଣେଶଙ୍କର ସିନ୍ଦୁରୀ ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ । ତେବେ ଘରେ ପ୍ରତ୍ୟେକ ଦିନ ଏହି ରଙ୍ଗ ଗଣେଶ ମୂର୍ତ୍ତି ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ ।

Get real time updates directly on you device, subscribe now.