fbpx

ମୃତ୍ୟୁ ପରେ ବି ଜୀବନ ଫେରି ପାଇବ ମଣିଷ, ବୈଜ୍ଞାନିକ ମାନେ ବାହାର କଲେ ନୂଆ ପଦ୍ଧତି

ମଣିଷର ଯେତେବେଳେ ଆୟୁଷ ପୁରି ଯାଏ, ସେତେବେଳେ ସେ ମୃତ୍ୟୁ ବରଣ କରିଥାଏ । ହେଲେ ଏବେ ବୈଜ୍ଞାନିକ ମାନେ ଏଭଳି ପରୀକ୍ଷଣ ଚଲାଇଛନ୍ତି ଯେ, ମୃତ୍ୟୁ ପରେ ବି ମଣିଷ ନୂଆ ଜୀବନ ପାଇପାରିବ । ପୁଣି ହସିବେ, ବୁଲିବେ, ଖେଳିବେ ମଧ୍ୟ । ଏହା କଣ ସତରେ ସମ୍ଭବ ହୋଇପାରିବ? ଭଗବାନଙ୍କ ଉପରେ କଣ ବିଜ୍ଞାନ ରାଜୁତି କରିବ? ଏପରି ପ୍ରଶ୍ନକୁ ନେଇ ଆପଣଙ୍କ ମନରେ ଚାଲୁଥିବ । କହିବାକୁ ଗଲେ ଆଜିର ସମାଜରେ ବେଜ୍ଞନିକ ମାନେ ଅସମ୍ଭବକୁ ସମ୍ଭବ କରି ଦେଖାଉଛନ୍ତି । ପ୍ରିୟଜନଙ୍କ ମୃତ୍ୟୁ ପରେ ଶବର ଅନ୍ତ୍ୟେଷ୍ଟି କ୍ରିୟା ନକରି ଏହାକୁ ଅତ୍ୟାଧୁନିକ ଫ୍ରିଜରେ ସୁରକ୍ଷିତ ରଖାଯାଉଛି ।

କ୍ରାୟୋନିକ୍ସ ସାଇନ୍ସ ଏବଂ ଅତ୍ୟାଧୁନକ ଡାକ୍ତରୀ ବିଦ୍ୟା ବିଜ୍ଞାନରେ ମୃତ ବ୍ୟକ୍ତି ବଞ୍ଚିପାରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ବିଶ୍ୱରେ ୬ ଶହରୁ ଅଧିକ ମୃତ ଶରୀରକୁ ଫ୍ରିଜରେ ରଖାଯାଇଛି । କ୍ରାୟୋନିକ୍ସ ଟେକନିକ୍ ଅନୁସାରେ ଏମାନେ ମରିନାହାନ୍ତି ଚେତାଶୂନ୍ୟ ଅଛନ୍ତି । ଆମେରିକା, ଅଷ୍ଟ୍ରେଲିଆ, ରୁଷ ଓ ଭାରତ ସମେତ ଅନ୍ୟ ଦେଶମାନେ ଏନେଇ ଲ୍ୟାବ ମଧ୍ୟ ପ୍ରସ୍ତୁତ କରି ସାରିଛନ୍ତି । ସମ୍ପୂର୍ଣ୍ଣ ଶରୀରକୁ ଫ୍ରିଜରେ ରଖିବା ପାଇଁ ପ୍ରତ୍ୟେକ ବର୍ଷ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।

ସେହିପରି କେବଳ ମସ୍ତିସ୍କ ସୁରକ୍ଷିତ ରଖିବା ପାଇଁ ଓଭରାଲ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସତରେ କଣ ମୃତ୍ୟୁ ପରେ ମଣିଷ ବଞ୍ଚିପାରିବ? ଯାହାକୁ ନେଇ ଏବେ ବିଶ୍ୱର ବୈଜ୍ଞାନିକ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି । ଅଧିକାଂଶ ଏହାକୁ ଅସମ୍ଭବ କହୁଥିବା ବେଳେ ଅନ୍ୟକେହି ବିଜ୍ଞାନ ଉପରେ ଭରଷା ରଖିଛନ୍ତି । ଆଗାମୀ ୫୦ ରୁ ୧୦୦ ବର୍ଷ ମଧ୍ୟରେ ମୃତ୍ୟୁର ରହସ୍ୟ ଉପରୁ ପର୍ଦ୍ଦା ଉଠିପାରିବ ବୋଲି ବୈଜ୍ଞାନିକ ମାନେ କହୁଛନ୍ତି । ଜଣେ ମୃତ ବ୍ୟକ୍ତି ହୁଏତ ସପୂର୍ଣ୍ଣ ଜୀବିତ ନହୋଇପାରେ । କିନ୍ତୁ ତାର ମସ୍ତିସ୍କ ଆଉ କିଛି ଅଙ୍ଗକୁ ଜୀବିତ କରାଯାଇପାରିବ । ଯଦି ମୃତ ବ୍ୟକ୍ତି କିଛି ମାତ୍ରାରେ ଜୀବିତ ହୁଅନ୍ତି ତେବେ ସେମାନଙ୍କୁ ମହାକାଶକୁ ନାସା ପଠାଇବାକୁ ଉଦ୍ୟମ କରୁଛି ।

 

Get real time updates directly on you device, subscribe now.