ଆଖି ବୁଜିଲେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ; ସମ୍ବଲପୁର ଶାନ୍ତିନଗର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ: ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଆଉ ଏହି ଦୁନିଆରେ ନାହାନ୍ତି। ସେ ତାଙ୍କ ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚାନାମୂତାବକ ସ୍ନାୟୁଜନିତ ସମସ୍ୟା ପାଇଁ ଅସୁସ୍ଥ ହୋଇପଡିଥିଲେ ରାସେଶ୍ୱରୀ । ଗତକାଲି ରାତିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଜଟିଳ ରହିଥିଲା। ଡାକ୍ତରମାନେ ତାଙ୍କ ଘରକୁ ଆସି ଚିକିତ୍ସା କରୁଥିଲେ । ଦୁଇ ବର୍ଷ ପୂର୍ବରୁ ସ୍ନାୟୁଜନିତ ସମସ୍ୟା ଯୋଗୁଁ ତାଙ୍କର ଗୋଟିଏ ଗୋଡ ଉପରେ ସମସ୍ୟା ଦେଖା ଦେଇଥିବା ସୂଚନା ମିଳିଥିଲା।

ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ୨୦୧୪ରେ ଓଡ଼ିଶା ବିଧାନସଭାକୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ବିଜେଡିରୁ ଟିକେଟ ପାଇ ସମ୍ବଲପୁରରୁ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ । ପେଷାରେ ସେ ଜଣେ ଡାକ୍ତର ।

ସୂଚନା ଅନୁସାରେ, ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବୟସ ୭୯ ବର୍ଷ ବୟସରେ ବିୟୋଗ ଘଟିଛି। ଜଣେ ଉତ୍ତମ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଭାବେ କେବଳ ସମ୍ବଲପୁର ନୁହେଁ ବରଂ ସମଗ୍ର ଓଡ଼ିଶାରେ ତାଙ୍କର ସୁନାମ ରହିଛି ।

ସେ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରୋଗୀଙ୍କୁ ସେବା ଯୋଗାଉଥିଲେ। ବୁର୍ଲାସ୍ଥିତ ତତ୍କାଳୀନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ମହା ବିଦ୍ଯାଳୟରେ ଏମ୍‌ବିବିଏସ୍ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଚିକିତ୍ସକ ଭାବେ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ।ଭଗବାନ ତାଙ୍କ ଅମର ଆତ୍ମାକୁ ସତଗତି ପ୍ରଦାନ କରନ୍ତୁ ।