ରକ୍ତରଞ୍ଜିତ ସ୍କୁଲ ପରିସର: ପୂର୍ବତନ ଛାତ୍ରର ଆଖିବୁଜା ଗୁଳିଚାଳନା, ୧୬ ଆହତ

ସ୍କୁଲରେ ଗୁଳିମାଡ଼ କରି ଜୀବନ ହାରିଲା ଆକ୍ରମଣକାରୀ

ନୂଆଦିଲ୍ଲୀ : ତୁର୍କୀର ଦକ୍ଷିଣପୂର୍ବ ସ୍ଥିତ ସିଭରେକ ସହରର ଏକ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଏକ ବଡ ଆକ୍ରମଣ ହୋଇଛି । ଜଣେ ପୂର୍ବତ୍ତନ ଛାତ୍ର ସ୍କୁଲର ପରିସରକୁ ପ୍ରବେଶ କରି ଅକାରଣରେ ଆଖିବୁଜା ଗୁଳିଚାଳନା କରିଥିଲା ଯେଉଁଥିରେ ଅତିକମରେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣକାରୀକୁ ୧୮ ବର୍ଷ ହୋଇଥିବାବେଳେ ତା ପାଖରେ ଏକ ସଟଗନ ଥିଲା ।

ସେ ଏକ ଘରୋଇ ସ୍କୁଲରେ ଜୋର ଜବରଦସ୍ତ ପଶି କାହାକୁ ଚେତାବନୀ ନଦେଇ ଅକାରଣରେ ଗୁଳି ଚାଳନା ଆରମ୍ଭ କରିଦେଇଥିଲା । ଏହି ଘଟଣା ଘଟାଇବା ପରେ ସେ ସ୍କୁଲ ଭିତରେ ନିଜେ ଲୁଚି ଯାଇଥିଲା । ପୋଲିସ ଯେତେବେଳେ ଉକ୍ତ ଆକ୍ରମଣକାରୀକୁ ଘେରି ଆତ୍ମସମର୍ପଣ ପାଇଁ କହିଲା ସେତେବେଳେ ସେ ଆତ୍ମସମର୍ପଣ ପାଇଁ ମନା କରି ଦେଲା ଏବଂ ସେହି ବିନ୍ଧୁକ ମୁନରେ ନିଜକୁ ଗୁଳି କରିଦେଲା ।

ଗୁରୁତର ଆହତଙ୍କ ମଧ୍ୟରେ ଶିକ୍ଷକ ସାମିଲ ଅଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ ସ୍ପେଶାଲ ଅପେରସନ ୟୁନିଟ ସେଠାରେ ପଂହଚି ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲକୁ ଖାଲି କରିଦେଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରମଣର ପ୍ରକୃତ କାରଣ ଜଣାପଡି ନାହିଁ । ତୁର୍କୀରେ ସ୍କୁଲରେ ଆକ୍ରମଣ ଘଟଣା ବହୁତ କମ ଦେଖିବାକୁ ମିଳେ । ଏଥିପାଇଁ ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଦେଇଛି ।