fbpx

OAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୦ ।୪(ଓଡିଶା ଭାସ୍କର): କରୋନା କାଳରେ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ୧୨ଜଣ ଅଧିକାରଙ୍କର ବଦଳି ହୋଇଛି । ମଧୁସୂଦନ ଦାସଙ୍କୁ ଭଦ୍ରକର ଏଡିଏମ ଭାବେ ଦାୟିତ୍ୱ ମିଳିଥିବା ବେଳେ ମହେଶ କୁମାର ଚୌଧୁରୀଙ୍କୁ ଗଞ୍ଜାମର ଆରଆଇସି ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ଇନ୍ଦମଣୀ ନାୟକଙ୍କୁ ଭଦ୍ରକର ଡିଆରଡିଓର ପିଡି, ଅନାମ ଚରଣ ପାତ୍ରଙ୍କୁ ଗଜପତି ଡିଆରଡିଓର ପିଡି, ସମ୍ବିତ କୁମାର ନାୟକଙ୍କୁ ଏସ ଆଣ୍ଡ ଏମଇ ବିଭାଗର ଯୁଗ୍ମ ସଚିବ, ଦୁର୍ଗା ପ୍ରସାଦ ମହାରଣାଙ୍କୁ କେନ୍ଦ୍ରାପଡାର ଏଡିଏମ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ଗଜପତିର ଏଡିଏମ, ମଇତ୍ରୀ ଭଟ୍ଟଚାର୍ଯ୍ୟଙ୍କୁ କଟକ ଏଡିଏମ, ରଞ୍ଜନ କାନ୍ତ ସ୍ୱାଇଁଙ୍କୁ ଅନୁଗୁଳ ଡିଆରଡିଓର ପିଡି, ସୋମନାଥ ପ୍ରଧାନଙ୍କୁ କଳାହାଣ୍ଡି ଡିଆରଡିଓର ପିଡି, ପଦ୍ମନାଭ ବେହେରାଙ୍କୁ ସମ୍ବଲପୁରର ଏଡିଏମ, ଧର୍ମାନନ୍ଦ ବେହେରାଙ୍କୁ ରାୟଗଡା ଡିଆରଡିଓର ପିଡି ଭାବେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.