fbpx

ବିବାଦୀୟ ମନ୍ତ୍ରୀଙ୍କୁ ବାଦ୍, ତାଲିକାରେ ନାହାନ୍ତି ଅରୁଣ, ପ୍ରତାପ ଏବଂ ଦିବ୍ୟଶଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ସାମସ୍ତଙ୍କୁ ଚକିତ କରିଛନ୍ତି । ନୂଆ ମନ୍ତ୍ରୀ ମଣ୍ଡଳରେ ୯ ପୁରୁଣା ମନ୍ତ୍ରୀଙ୍କୁ ସ୍ଥାନ ମିଳିଥିବା ବେଳେ ୫ ପୁର୍ବତ୍ତନ ମନ୍ତ୍ରୀ ଏବଂ ୫ ନୂଆ ମୁହଁଙ୍କୁ ନେଇ ନବୀନ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରୁ ୩ ବିବାଦୀୟ ମନ୍ତ୍ରୀଙ୍କୁ ସ୍ଥାନ ମିଳି ନଥିବା କୁହାଯାଉଛି ।

ବରିଷ୍ଠ ମନ୍ତ୍ରୀ ଅରୁଣ କୁମାର ସାହୁ, ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀଙ୍କ ନାମ ସମ୍ଭାବ୍ୟ ତାଲିକାରେ ନାହିଁ। ଏହି ନେତା ଭିନ୍ନଭିନ୍ନ ପ୍ରସଙ୍ଗକୁ ନେଇ କିଛିଦିନ ତଳେ ବିବାଦରେ ରହିଥିଲେ। ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ପ୍ରତାପ, ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଅରୁଣ ଏବଂ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ବିବାଦୀୟ ହୋଇଥିଲେ।

ଏହିସବୁ ପ୍ରସଙ୍ଗରେ ବିରୋଧୀ ରାଜ୍ୟରେ ପ୍ରବଳ ହଙ୍ଗାମା କରିବା ସହ ଉକ୍ତ ୩ ଜଣଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେବାକୁ ଦାବି କରି ଆସୁଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ୫ମ ପାଳିର ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳରେ ଏମାନଙ୍କୁ ବାଦ୍ ଦେଇ ନୂଆ ମୁହଁକୁ ସ୍ଥାନ ଦେଇଥିବା କୁହାଯାଉଛି। ଅରୁଣ ସାହୁ କୃଷି ଏବଂ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଥିବାବେଳେ ପ୍ରତାପ ଜେନାଙ୍କୁ ପଞ୍ଚାୟତିରାଜ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଦାୟିତ୍ଵରେ ଥିଲେ।

Get real time updates directly on you device, subscribe now.