fbpx

‘ଆମର ପ୍ରଶ୍ନ ପଚାରିବାର ଅଧିକାର ଅଛି’, LIC ଖୁବ ଶୀଘ୍ର ହିଣ୍ଡେନବର୍ଗ ରିପୋର୍ଟ ବିଷୟରେ ଆଦାନୀ ଗ୍ରୁପ୍ ସହିତ ଆଲୋଚନ କରିବ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟରେ ସମ୍ପର୍କରେ ଆଦାନୀ ସମୂହ ସହିତ ଆଲୋଚନା କରିବ ‘ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ’ (ଏଲଆଇସି)। ସୋମବାର ଏଲଆଇସି କହିଛି ଯେ, ଆଦାନୀ ସମୂହକୁ ଆମର ପ୍ରଶ୍ନ ପଚାରିବାର ଅଧିକାର ଅଛି। ହିଣ୍ଡେନବର୍ଗ ରିପୋର୍ଟ ଉପରେ ଆମେ କିଛି ଦିନ ମଧ୍ୟରେ ଆଦାନୀ ସମୂହର ପରିଚାଳନା ସହ ଆଲୋଚନା କରିବୁ। ଆମେରିକାର ସ୍ୱଳ୍ପ ବିକ୍ରେତା(ସର୍ଟ ସେଲର) ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ସମୂହ ବହୁମାତ୍ରାରେ ଋଣ ଏବଂ ଟ୍ୟାକ୍ସ ଲୁଚାଇବା ଅଭିଯୋଗ କରିଛି। ଏହା ପରେ ଏଲଆଇସି କହିଛି ଯେ ଆମେ ଆଦାନୀ ଗ୍ରୁପ୍ ସହିତ ଆଲୋଚନା କରିବୁ। ଆମର ପ୍ରଶ୍ନ ପଚାରିବାର ଅଧିକାର ଅଛି।

ଏଲଆଇସି ପରିଚାଳନା ନିର୍ଦ୍ଦେଶକ ରାଜ କୁମାର ନ୍ୟୁଜ ଏଜେନ୍ସି ‘ରଏଟର୍ସ’କୁ କହିଛନ୍ତି ଯେ ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି ଏବଂ ପ୍ରକୃତ ପରିସ୍ଥିତି କ’ଣ ତାହା ଆମେ ନିଶ୍ଚିତ ନୁହଁ। ଯେହେତୁ ଆମେ ଏକ ବୃହତ ନିବେଶକ, ତେଣୁ ଆମର ପ୍ରାସଙ୍ଗିକ ପ୍ରଶ୍ନ ପଚାରିବାର ଅଧିକାର ଅଛି ଏବଂ ଆମେ ନିଶ୍ଚିତ ଭାବରେ ସେମାନଙ୍କ ନିକଟରେ ଆମର ପ୍ରଶ୍ନ ରଖିବୁ।

ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପରେ ଠକାମିର ଅଭିଯୋଗ ଆଣିଛି। ଏହା ପରେ ଆଦାନୀ ସମୂହ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଏବଂ ଉଦେଶ୍ୟମୂଳକ ବୋଲି କୁହାଯାଇଛି। ହିଣ୍ଡେନବର୍ଗ ରିସର୍ଚ୍ଚର ସମସ୍ତ ୮୮ ପ୍ରଶ୍ନର ଉତ୍ତର ଦେଇ ଆଦାନୀ ସମୂହ ହିଣ୍ଡେନବର୍ଗର ଏହି ରିପୋର୍ଟକୁ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ଏହାପରେ ଆଦାନୀ ସମୂହ ଏହି ଘଟଣାକୁ ନୁଆଦିଗ ଦେଇ ଏହା ଭାରତର ଅର୍ଥନୀତି ଉପରେ ଆକ୍ରମଣ ବୋଲି କହିଥିଲା।

ଅନ୍ୟପଟେ ହିଣ୍ଡେନବର୍ଗ ରିସର୍ଚ୍ଚ ମଧ୍ୟ ଆଦୌ ବିଳମ୍ବ ନକରି ଏହାର ଦେଇଥିବା ଉତ୍ତର ରଖିଥିଲା। ହିଣ୍ଡେନବର୍ଗ ରିସର୍ଚ୍ଚ କହିଛି ଯେ ”ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନକୁ ଦୂରେଇ ରଖିବା ପାଇଁ ଆଦାନୀ ସମୂହ ପକ୍ଷରୁ ଚେଷ୍ଟା କରାଯାଇଛି ଏବଂ ଆମର ରିପୋର୍ଟକୁ ଭାରତ ଉପରେ ଆକ୍ରମଣ ବୋଲି କହିଛି। ଏହା ସହିତ ଆଦାନୀ ଗ୍ରୁପ୍ କମ୍ପାନୀ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପଦର ବୃଦ୍ଧିକୁ ଭାରତର ସଫଳତା ସହିତ ଯୋଡିବାକୁ ଚେଷ୍ଟା କରିଛି। ଆମେ ବିଶ୍ୱାସ କରୁ ଯେ ଭାରତର ଗଣତନ୍ତ୍ର ଅତ୍ୟନ୍ତ ଜୀବନ୍ତ, ଭାରତ ହେଉଛି ଭବିଷ୍ୟତର ମହାଶକ୍ତି। ଆମେ ବିଶ୍ୱାସ କରୁ ଯେ ଆଦାନୀ ଗ୍ରୁପ୍ ଭାରତର ଭବିଷ୍ୟତକୁ ପଛରେ ପକାଇବାକୁ ଚେଷ୍ଟା କରିଛି। କମ୍ପାନୀ ନିୟମିତ ଭାବରେ ଦେଶକୁ ଲୁଟ୍ କରୁଛି ଏବଂ ନିଜକୁ ଭାରତୀୟ ପତାକା ରେ ଆବୃତ କରିବାକୁ ଚେଷ୍ଟା କରୁଛି।”

Get real time updates directly on you device, subscribe now.