fbpx

ଚିକିଟି ଅଞ୍ଚଳରୁ ବିପୁଳ ପରିମାଣର ମହୁଲି ମଦ ଜବତ, ୨ମହିଳା ଓ ୨ ପୁରୁଷ ବେପାରୀ ଗିରଫ

ଚିକିଟି, (ଭାସ୍କର ନ୍ୟୁଜ୍‌) : ଗଞ୍ଜମ ଜିଲ୍ଲା ଅନ୍ତର୍ଗତ ଚିକିଟି ଅବକାରୀ ବିଭାଗ ଇଲାକାର ବିଭିନ୍ନ ଜାଗାରେ ବିଭାଗର ଅଧିକ୍ଷ ରମେନ୍ଦ୍ର ନାୟକୟଙ୍କ ନିର୍ଦ୍ଦେଶକ୍ରମେ ଘନ ଘନ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ଚିକିତପେଙଋ, ମାଉନ୍ଦପୁର, ମଳକୂଟ, ଲିଆଖାଇ, ବଟପଲି, ଲାଉବାଡ଼ି ଆଦି ଅଞ୍ଚଳରେ ଚଢ଼ାଉ ଜାରି ରଖି ୧୭୫ଲିଟର ମହୁଲିମଦ ଜବତ କରିବା ସହ ୫ ଜଣକୁ ଗିରଫ କରାଯାଇଛି । ଏହି ଚଢ଼ାଉରେ ଚିକିଟି ଅତିରିକ୍ତ ତହସିଲଦାର କୂଳଦୀପ, ଡେପୁଟି ସୁରିଟେଣ୍ଡେଣ୍ଟ ବିଜୟ ଚନ୍ଦ୍ର ଧାରୁଆ, ଇନିସପେକ୍ଟର ମିହିର ସେଠୀ, ଏସଆଇସଅଫ ଅଭିରାମ ସାହୁ ,ଓଆଇସି ଗୋଳନ୍ଥରା ସୁବାଷ ଚନ୍ଦ୍ର ମହାକୁଡ଼,ଚିକିଟି ଏସାଇ ତପସ୍ୱିନୀ ବରାଳ ପ୍ରମୁଖ ସାମିଲ ହୋଇଥିଲେ ।

ସୂଚନାଥାଉ କି, ଗତ କିଛି ଦିନ ହେବ ଚିକିଟି ଅବକାରୀ ବିଭାଗ ଇଲାକାରେ ଚୋରା ମଦ କାରବାର ବହୁ ପରିମାଣରେ ବଢ଼ିଯାଇଥିଲା । ଏହାକୁ ରୋକିବା ଲାଗି ବିଭାଗ ପକ୍ଷରୁ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.