fbpx

ଭାରତମୁହାଁ ହେଉଛି କରୋନାର ନୂଆ ଭାରିଆଣ୍ଟ: ସଂକ୍ରମଣ ନେଇ ବିଶେଷଜ୍ଞ ଦେଲେଣି ଚେତାବନୀ

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଧିରେ ଧିରେ ସବୁ କଟକଣା ହଟାଇ ଦିଆଯାଇଛି । କିନ୍ତୁ ମହାମାରୀର ଆଉ ଏକ ଭାରିଆଣ୍ଟ ଏବେ ଚିନ୍ତାର ବିଷୟ ପାଲଟିଛି । ଏହା ଓମିକ୍ରନର ଏକ ସବ-ଭାରିଆଣ୍ଟ ବୋଲି କୁହାଯାଉଛି । ତେବେ ଏହି ଭାଇରସ ଖୁବ କମ୍ ସମୟରେ ବ୍ୟାପୁଥିବା ବେଳେ ଦେଶରେ ଏହାର ପ୍ରଥମ ମାମଲା ଗୁଜୁରାଟ ବାୟୋ ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରୁ ଚିହ୍ନଟ ହୋଇଛି । ଏହାପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ସାବଧାନ ରହିବା ପାଇଁ ଚେତାବନୀ ଦେଇଛନ୍ତି ।

ଦେଶରେ ଆଗାମୀ ଦୀପାବଳି, ଧନତେରାସ ଇତ୍ୟାଦିକୁ ସାବଧାନ ସହକାରେ ପାଳନ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ମାସ୍କ ଲଗାଇବା ବନ୍ଦ ନ କରିବା ସହିତ କୌଣସି ଲକ୍ଷଣ ଦେଖାଦେଲେ ନିଜକୁ ଆଇସୋଲେଟ କରିବା ପାଇଁ ସେମାନେ କହିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ କରୋନା ମହାମାରୀ ଆମ ଚାରିପାଖରେ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । କେବଳ ସେତିକି ନୁହେଁ, ଏହାର ନୂଆ ଭାରିଆଣ୍ଟରେ ସଂକ୍ରମଣ ମଧ୍ୟ ଚିହ୍ନଟ ହୋଇଛନ୍ତି । ଏହି ଭାରିଆଣ୍ଟ ଆମମାନଙ୍କଠାରୁ ଅଲଗା ହୋଇପାରିବ ନାହିଁ । ତେଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସାବଧାନ ରହିବା ନିହାତି ଆବଶ୍ୟକ ।

ଯଥାସମ୍ଭବ କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ଏଭଳି ପରାମର୍ଶ ଦେଇଛନ୍ତି ଡା. ଅରୋଡା । ବାହାର ଲୋକଙ୍କ ସହ ମିଳାମିଶା କମ୍ କରିବା ପାଇଁ ଚେଷ୍ଟା କରନ୍ତୁ । ଜନଗହଳିପୂର୍ଣ୍ଣ ଜାଗାରୁ ନିଜକୁ ଦୂରେଇ ରଖିବା ସହ ବାରମ୍ବାର ସାବୁନରେ ହାତ ଧୁଅନ୍ତୁ । ମାସ୍କ ପିନ୍ଧିବା ସହିତ କରୋନାର ସମସ୍ତ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

Get real time updates directly on you device, subscribe now.