fbpx

ଆଗାମୀ ୩ ମାସ ଭୀଷଣ ତାତି

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୩ ମାସରେ ଓଡିଶାରେ ସ୍ୱାଭାବିକଠାରୁ ଅଧିକ ତାତି ରହିବ । ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଓଡିଶାରେ ଭୀଷଣ ଖରା ହେବ । ମାର୍ଚ୍ଚରୁ ମେ ଯାଏ ଅଧିକ ଉତ୍ତାପ ଅନୁଭୂତ ହେବା ନେଇ ପୂର୍ବାନୁମାନ ହୋଇଛି । ୧୬ ବର୍ଷର ପାଣିପାଗ ଆଧାରରେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛିି । ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ । ପୂର୍ବ ଛତିଶଗଡ, ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଭୀଷଣ ଖରା ହେବାର ସମ୍ଭାବନା ରହିଛି । ଛତିଶଗଡ, ଗୁଜରାଟ, ଗୋଆ ଓ ଉପକୂଳବର୍ତ୍ତୀ ଆନ୍ଧ୍ରରେ ବି ତାତି ବଢିବ । କୋଙ୍କଣ, ଗୋଆ ଏବଂ ଉପକୂଳ ଆନ୍ଧ୍ରରେ ବି ପ୍ରବଳ ଖରା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.