fbpx

୨୭ ଜୁଲାଇ ପର୍ଯ୍ୟନ୍ତ ବଢ଼ିଗଲା ରାଜ୍ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ବା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ ୨୭ ଜୁଲାଇ ପର୍ଯ୍ୟନ୍ତ ଜେଲରେ ରହିବେ । ପୋଲିସ ରିମାଣ୍ଡକୁ ୨୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମୁମ୍ବାଇ କୋର୍ଟ । ଏହି ସମୟରେ ତାଙ୍କ ସହଯୋଗୀ ରେୟାନ ଥାର୍ପେ ମଧ୍ୟ ପୋଲିସ ହେପାଜତରେ ରହିବେ ।

ତେବେ ରାଜ କୁନ୍ଦ୍ରାଙ୍କୁ ଆଜି ଜେଲରୁ କୋର୍ଟ ନିଆଯାଇଥିଲା, ଯେଉଁଠାରେ ପୋଲିସର ଯୁକ୍ତି ଶୁଣିବା ପରେ କୋର୍ଟ କୁନ୍ଦ୍ରାଙ୍କ ରିମାଣ୍ଡକୁ ଆଉ ୫ ଦିନ ବଢ଼ାଇଦେଇଥିଲେ । ଫେବ୍ରୁଆରୀ ୨୦୨୧ରେ ସାମ୍ନାକୁ ଆସିଥିବା ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି ।

ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କରିଥିଲା । ଏହି ମାମଲାରେ ଅଧିକ ତଦନ୍ତ ଓ ପ୍ରମାଣ ମିଳିବା ବାକି ରଖିଛି, ଯେଉଁଥି ପାଇଁ ସମୟ ଦରକାର ବୋଲି କୋର୍ଟରେ ପୋଲିସ କହିଥିଲା । ପର୍ଣ୍ଣ ଫିଲ୍ମ ମାଧ୍ୟମରେ ଆସୁଥିବା ଟଙ୍କା ଅନଲାଇନ୍ ବେଟିଂରେ ବ୍ୟବହୃତ ହେଉଥିବା ନେଇ ପୋଲିସ୍ ସନ୍ଦେହ କରୁଛି ।

ରିପୋର୍ଟ ମୁତାବକ, ରାଜ କୁନ୍ଦ୍ରା ପୋଲିସକୁ ସହଯୋଗ କରୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରୁନାହାନ୍ତି । ତେବେ ଏକ ହଟସଟ୍ ନାମକ ଆପ ଜରିଆରେ ରାଜ ଏହି ଅଶ୍ଲୀଳ ଫିଲ୍ମ ରିଲିଜ କରୁଥିବା ଜଣାପଡିଛି । ଅଶ୍ଳୀଳ ଫିଲ୍ମ କରିବା ସହ କିଛି ଆପ୍ ଜରିଆରେ ତାହାକୁ ପବ୍ଲିଶ କରିଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଚଳିତ ବର୍ଷ ଫେବୃଆରୀରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତାଙ୍କ ଉପରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ଓ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.