+2 Exam: ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି , କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ ବୃଦ୍ଧି କଲେ ସରକାର
ବାତ୍ୟା ‘ମୋନ୍ଥା’ ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି ।
ଭୁବନେଶ୍ବର: ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି । ନଭେମ୍ବର ୩ ତାରିଖ ଯାଏ ଫର୍ମ ପୂରଣ ଅବଧି ବୃଦ୍ଧି କେଲ ସରକାର। ବାତ୍ୟା ‘ମୋନ୍ଥା’ର ପ୍ରଭାବକୁ ନଜର ରଖି କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ ବୃଦ୍ଧି କଲେ ସରକାର।
ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ। ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ। ତେବେ ଅବଧି ବୃଦ୍ଧି କରିବା ପାଇଁ ବିଭିନ୍ନ କଲେଜ ଓ ସ୍କୁଲରୁ ଅନୁରୋଧ ଆସିଥିଲା । କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ ପରେ CHSE ଏହି ନିଷ୍ପତ୍ତି ନେଇଛି ।
