fbpx

ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା: ବିଜେପିରେ ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ!

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ମହିଳା ସଶକ୍ତିକରଣରେ ଦଳର ପୋଷ୍ଟର ଗାର୍ଲ ରହିଥିବା ପ୍ରିୟଙ୍କା ମୌର୍ଯ୍ୟ ଦଳ ଛାଡି ବିଜେପିରେ ସାମିଲା ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଟିକେଟ ନ ମିଳିବା କାରଣରୁ ପ୍ରିୟଙ୍କା ମୌର୍ଯ୍ୟ ବୁଧବାର ଦଳ ଛାଡିଛନ୍ତି । ଲଡକୀ ହୁଁ ଲଡ ସକତି ହୁଁର ନାରା ଦେଇ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଥିଲା କଂଗ୍ରେସ । ଏହି କ୍ୟାମ୍ପେନରେ ପ୍ରିୟଙ୍କା ଦଳର ମୁଖ୍ୟ ଚେହେରା ରହିଥିଲେ । ତେବେ ଟିକେଟ ନ ମିଳିବା କାରଣରୁ ଦଳୀୟ ନେତୃତ୍ୱଙ୍କ ଉପରେ ଖପ୍ପା ହୋଇଛନ୍ତି ପ୍ରିୟଙ୍କା ।

ସେ ଓବିସି ବର୍ଗର ହୋଇଥିବା କାରଣରୁ କଂଗ୍ରେସ ତାଙ୍କୁ ଟିକେଟ ଦେଇନଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ସନ୍ଦୀପ ସିଂଙ୍କୁ ସେ ଲାଞ୍ଚ ଦେବାକୁ ଅକ୍ଷମ ହେବାରୁ ତାଙ୍କୁ ଟିକେଟ ମିଳିନାହିଁ । ଏହା ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ । ୩୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ମହିଳାଙ୍କୁ କଂଗ୍ରେସ ୧୬୦ ଆସନ ପ୍ରଦାନ କରିବ ବୋଲି ଜଣାପଡିଛି । ତେବେ ଏହି ଘଟଣା ପରେ ଦଳର ମହିଳା କର୍ମୀ ମାନେ ଦଳର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆପଣ ନିଜେ ଟିକେଟ ପାଉନଥିବା ବେଳେ ଆମକୁ କଣ ଟିକେଟ ଦେବେ ବୋଲି କର୍ମୀ ମାନେ ପ୍ରଶ୍ନ ଉଠାଇଛନ୍ତି । ସମାନ ପ୍ରଶ୍ନ ଉଠାଇବା ସହିତ ଉତ୍ତରାଖଣ୍ଡ ମହିଳା କଂଗ୍ରେସ ମୁଖ୍ୟ ସରିତା ଆର୍ଯ୍ୟା ମଧ୍ୟ ଇସ୍ତଫା ଦେଇଥିଲେ । ଆସନ୍ତା ଫେବୃୟାରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ନିର୍ବାଚନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.