fbpx

୧୧ ହଜାର କର୍ମଚାରୀଙ୍କୁ ଛଟେଇ କରି ଠକିଦେଲା ଫେସ୍‌ବୁକ୍‌, କଥାଦେଇ ରଖିଲାନି କଥା

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ମୁଳ କମ୍ପାନୀ ମେଟା ନିକଟରେ ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହା ସହିତ କମ୍ପାନୀ ଘୋଷଣା କରିଥିଲା ଯେ, ସେମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରିବ। କିନ୍ତୁ ଯାହା ଦେଖିବାକୁ ମିଳୁଛି ଯେ, କମ୍ପାନୀ ଏହାର କଥା ରଖିବାରେ ବିଫଳ ହୋଇଛି। ବର୍ତ୍ତମାନ ଅନେକ କର୍ମଚାରୀ ଅନ୍ୟ କର୍ମଚାରିଙ୍କଠାରୁ କମ୍ ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି।

ସିଏନବିସି ରିପୋର୍ଟ କରିଛି ଯେ, ଏହି କର୍ମଚାରୀମାନେ ମେଟାର ସୋର୍ସର୍ ଡେଭଲପମେଣ୍ଟ ପ୍ରୋଗ୍ରାମର ଜଣେ ସଦସ୍ୟ ଅଟନ୍ତି ଯାହା ‘ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଶ୍ରମିକମାନଙ୍କୁ କର୍ପୋରେଟ୍ ଟେକ୍ନୋଲୋଜି ନିଯୁକ୍ତିରେ ବୃତ୍ତି ପାଇବାରେ ସାହାଯ୍ୟ କରିଥାନ୍ତି।’ ନିକଟରେ କମ୍ପାନୀ ଏହାର କର୍ମଚାରିମାନଙ୍କ ଛଟେଇ କରିବା ସହ ସେମାନଙ୍କୁ କ୍ଷତିପୁରଣ ଦେବାକୁ ଘୋଷଣା କରିଥିଲେ। ଏହା କର୍ମଚାରୀମାନଙ୍କୁ ୧୬ ସପ୍ତାହ ବେସ୍ ସେଭରେନ୍ସ ପେ ପ୍ରଦାନ କରିବା ସହିତ ପ୍ରତ୍ୟେକ ବର୍ଷ ସେବା ପାଇଁ ଦୁଇଟି ଅତିରିକ୍ତ ସପ୍ତାହ ଦେୟ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲା। ଏହା ସହିତ ମେଟା ଖର୍ଚ୍ଚ ପରିଶୋଧ କରି ସ୍ୱାସ୍ଥ୍ୟ ସେବା ସହାୟତା ମଧ୍ୟ ଦେବ ବୋଲି ମଧ୍ୟ କହିଥିଲା। ଏହି ଅଫର କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଅଟେ, ଯାହା ଛଅ ମାସ ପାଇଁ ପ୍ରଯୁଜ୍ୟ ହେବ।

କର୍ମଚାରୀମାନେ ସିଏନବିସିକୁ କହିଛନ୍ତି ଯେ, କମ୍ପାନୀ କେବଳ ୮ ସପ୍ତାହ ବେସ୍ ପେ ଏବଂ ତିନିମାସ କୋବ୍ରା ବୀମା ପ୍ରଦାନ କରୁଛି । ଲୋକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଟେକ୍ ଜଏଣ୍ଟ୍ ସେମାନଙ୍କୁ କମ୍ ପ୍ୟାକେଜ୍ ଦିଆଯିବାର କାରଣ ଦେଇ ନାହିଁ କାରଣ ସେମାନେ ପୂର୍ଣ୍ଣକାଳୀନ କର୍ମଚାରୀ ଥିଲେ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ ନୁହଁନ୍ତି । ତେବେ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଭାବିତ କର୍ମଚାରୀମାନେ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏବଂ ଅନ୍ୟ ବରିଷ୍ଠ କର୍ମଚାରୀଙ୍କୁ ଏହି ବିଷୟରେ ସୂଚନା ଦେଇ ପାରିବେ ।

Get real time updates directly on you device, subscribe now.