ହଜାରେ ବର୍ଷ ପୁରୁଣା ଏମିତି ଏକ ଶିବ ମନ୍ଦିର; ଚୋଳ ବଂଶ ରାଜୁତି ସମୟରେ ତିଆରି ହୋଇଥିଲା ଏହି ଭବ୍ଯ ମନ୍ଦିର, ଏବେ ବି ଲୁଚି ରହିଛି ଏଠାରେ ଅନେକ ରହସ୍ଯ…
ମନ୍ଦିର ଉପରେ ରହିଛି ଆଠ ହଜାର କିଲୋଗ୍ରାମର ଗ୍ରାନାଇଟ ଗମ୍ବୁଜ...
ଓଡିଶା ଭାସ୍କର: ତାମିଲନାଡୁର ତାଞ୍ଜାବୁରରେ ରହିଥିବା ଶିବ ମନ୍ଦିର ଏହାର କଳା ଓ ସ୍ଥାପତ୍ଯ ପାଇଁ ବିଶ୍ବ ପ୍ରସିଦ୍ଧ। ତେବେ ଆସନ୍ତୁ ଏହ ସହ ଜଡ଼ିତ କିଛି ରୋଚକ କଥା ବିଷୟରେ ଆଲୋଚନା କରିବା।
ହଜାରେ ବର୍ଷରୁ ପୁରୁଣା ଏହି ଶିବ ମନ୍ଦିର। 200 ଫୁଟ ଉଚ୍ଚରେ ରହିଛି ମନ୍ଦିରର ଶିଖର। ଆଉ ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଉଛି ଏହି ମନ୍ଦିର ଶିଖର ଉପରେ ରଖାଯାଇଛି 80 ଟନ ଅର୍ଥାତ 8 ହଜାର କିଲୋଗ୍ରାମର ଏକ ଗ୍ରାନାଇଟରେ ଗମ୍ବୁଜ୍। ଥରେ ଭାବନ୍ତୁ ଏହି ମନ୍ଦିର ହଜାରେ ବର୍ଷରୁ ମଧ୍ୟ ପୁରୁଣା।
ବର୍ତ୍ତମାନ ସିନା ଅତ୍ଯାଧୁନିକ ଟେକନୋଲେଜିର ଯୁଗ। ଏବେ ସବୁ ବଡ଼ ବଡ଼ ମେସିନ ବାହାରିଲାଣି ଏଭଳି ଓଜନିଆ ଜିନିଷକୁ ଉପରକୁ ଉଠାଇବା ପାଇଁ। ମାତ୍ର ସେତେବେଳେ ଏସବୁ ନଥାଇ ମଧ୍ୟ ଏତେ ଓଜନିଆ ବସ୍ତୁକୁ ମନ୍ଦିରର ଶିଖରରେ ରଖାଯାଇ ପାରିଛି। ଏହାଛଡା କୁହାଯାଏ କି ସେତେବେଳର ସବୁଠାରୁ ବଡ଼ ଶିବଲିଙ୍ଗ ଏହି ମନ୍ଦିରରେ ରହିଥିଲା।
3,000 ହାତୀ ସାହାଯ୍ୟରେ ଗ୍ରାନାଇଟ୍ ପଥର ଅଣାଯାଇଥିଲା: ଐତିହାସିକଙ୍କ ମତରେ, 3,000 ହାତୀ ଏବଂ ଶହ ଶହ ବଳଦ ବ୍ୟବହାର କରି ନଦୀ ଏବଂ ନାଳ ମାଧ୍ୟମରେ ଦୂର ପଥର ଖଣିରୁ ଗ୍ରାନାଇଟ୍ ଅଣାଯାଇଥିଲା। ମନ୍ଦିର କାନ୍ଥଗୁଡ଼ିକ ଚୋଳ ଯୁଗର ପଟ୍ଟଚିତ୍ର ଏବଂ ଶିଳାଲେଖରେ ସଜ୍ଜିତ, ଯାହା ଦୈନନ୍ଦିନ ଜୀବନ, ରାଜକୀୟ ଉତ୍ସବ, ଧାର୍ମିକ ରୀତିନୀତି ଏବଂ ଭାରତନାଟ୍ୟମକୁ ଚିତ୍ରଣ କରାଯାଇଛି। ଶିଳାଲେଖଗୁଡ଼ିକ ଚୋଳ ରାଜବଂଶ, ଏହାର ପ୍ରଶାସନ ଏବଂ ଏହାର ବିଜୟ ବିଷୟରେ ଐତିହାସିକ ସୂଚନା ପ୍ରଦାନ କରେ।
ସେଠାରେ ଥିବା ଶିଳଲେଖକୁ ଦେଖି ଅନୁମାନ କରାଯାଏ କି ଏହି ମନ୍ଦିର ତିଆରି କରିବାକୁ ମାତ୍ର 6 ବର୍ଷ ସମୟ ଲାଗିଥିଲା।ଚୋଳ ରାଜବଂଶ ସମୟରେ ମନ୍ଦିରକୁ ଆଲୋକିତ କରିବା ପାଇଁ, ୧୬୦ଟି ଦୀପ ଏବଂ ମଶାଲ ଲଗାଯାଉଥିଲା ବୋଲି କୁହାଯାଏ।
ଆଜି ମଧ୍ୟ, ତାଞ୍ଜାଭୁରର ବୃହଦେଶ୍ୱର ମନ୍ଦିର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି। 1,000 ବର୍ଷ ପରେ ମଧ୍ୟ, 200 ଫୁଟ ଉଚ୍ଚ ମନ୍ଦିର ସେହିପରି ଠିଆ ହୋଇଛି। ମନ୍ଦିରକୁ 1987 ମସିହାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଘୋଷଣା କରାଯାଇଥିଲା।
