fbpx

ମହଙ୍ଗା ପଡିଲା ପ୍ରେମ ପାଇଁ ବାବା ବେଶ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ମହଙ୍ଗା ପଡିଲା ପ୍ରେମ ପାଇଁ ବାବା ବେଶ । ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀରେ ଜଣେ ପ୍ରେମିକ ବାବା ହଟହଟା ହୋଇଛନ୍ତି । ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସିଥିବା ବେଳେ ପ୍ରେମିକ ଜଣକ ଧରା ପଡିବାରୁ ହଟହଟା ହୋଇଛନ୍ତି । ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରେମିକ ବାବାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ତେବେ ବାବା ବେଶଧାରୀ ଯୁବକ ଜଣକ ଅନୁଗୁଳ ଅଞ୍ଚଳର +୨ ଛାତ୍ର ହୋଇଥିବା ସୂଚନା ମିଳିଛି । ପରିବାର ଲୋକ ପ୍ରେମକୁ ସ୍ୱୀକାର କରୁନଥିବାରୁ ଅନ୍ୟ କୌଣସି ଉପାୟ ନପାଇ ବାବା ବେଶ ସାଜିଥିଲେ ଯୁବକ । ବାବା ବେଶ ଧରି ପ୍ରେମିକାଙ୍କ ଘରକୁ ଯାଉଥିଲେ ଯୁବକ ।

Get real time updates directly on you device, subscribe now.