କଟକକୁ ମିଳିଥିବା ବୋମା ଧମକ ମିଛ; ଆତଙ୍କିତ ହେବାର କୌଣସି କାରଣ ନାହିଁ, ଘଟଣା ସମୀକ୍ଷା ପରେ ସତ୍ଯର ଖୁଲାସା…

ଜଣାପଡିଲା ସତ ମିଛ ବୋମା ଧମକ

ଓଡିଶା ଭାସ୍କର: ଅଚାନକ ଆଜି ଓଡିଶାରେ ଖେଳିଯାଇଥିଲା ଆତଙ୍କ। ବୋମା ଧମକର ଭୟରେ ଥିଲେ କଟକ, ଦେଓଗଡ଼ ସମେତ ସମ୍ବଲପୁର ଜିଲ୍ଲା ବାସି।

ବର୍ତ୍ତମାନ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ସମସ୍ତ ଧମକ ମିଥ୍ଯା ଥିବା ଜଣାପଡିଛି। ଘଟଣାକୁ ସମୀକ୍ଷା କରି SOP ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ।

ବୋମା ଚିହ୍ନଟ ଓ ନିଷ୍କ୍ରିୟକରଣ ସ୍କ୍ବାଡକୁ ଆହୁରୀ ଦୃଢ କରାଯିବାକୁ ଯୋଜନା କରାଯାଇଛି। ଧମକ ପରେ ମାମଲା ରୁଜୁ କରିଛି ପୋଲିସ। କଟକ, ସମ୍ବଲପୁର ଓ ଦେଓଗଡ ପାଇଁ ତିନୋଟି ମାମଲା ରୁଜୁ କରାଯାଇଛି। ଖୁବଶୀଘ୍ର ଦୋଷୀକୁ ଧରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।

ଇମେଲ ଯୋଗେ କୋର୍ଟକୁ ବୋମାରେ ଉଡାଇଦେବା ପାଇଁ ଆସିଥିଲା ଧମକ। ଇମେଲର ଆଇପି ଆଡ୍ରେସ ଯାଞ୍ଚ କରାଯାଉଛି। କେନ୍ଦ୍ରୀୟ ଦଳ ମଧ୍ୟ ଏଥିରେ ସାମିଲ ହୋଇଥିବା ସୂଚନା। ବିଦେଶରୁ କେହି ଇମେଲ ପଠାଇଥିବା ଜଣାପଡିଥିବା ବେଳେ, ଏବେ ବି ଚାଲିଛଇ ଯାଞ୍ଚ ପ୍ରକ୍ରିୟା।