fbpx

ପଶ୍ଚିମବଙ୍ଗରେ ଚାଲିଛି ନକଲି ଟିକା; ଖୁଲାସା କଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଟିଏମସି ସାଂସଦ ନୁସରତ୍ ଜାହାଁଙ୍କ ବିଷୟ ଖବର ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ଏବେ ପଶ୍ଚିମବଙ୍ଗର ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଏବେ କୌଣସି ଖବରକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ଏଥିରେ ମିମି ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଲୋକ ମଧ୍ୟ ଜାଲରେ ପଡିଛନ୍ତି । ଏହା ପୁଣି ନିକଲି ଟିକାକରଣ ଜାଲରେ ଫସିଛନ୍ତି । ଏହି ଘଟଣାର ଖୁଲାସ କରିଛନ୍ତି ମିମି ଚକ୍ରବର୍ତ୍ତୀ ।

ହରିଦ୍ୱାର କୁମ୍ଭମେଳାରେ ନକଲି କୋଭିଡ୍ ଟେଷ୍ଟି ପରେ ଏବେ କୋଲକାତାରେ ନକଲି ଟିକା ଓ ନକଲି ଟିକାକରଣର କେନ୍ଦ୍ର ଧରାପଡିଛି । ଏହି ଖୁଲାସା ପରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଯେଉଁ ଟିକାକରଣ କେନ୍ଦ୍ରରେ ଟିକା ନେଇଥିଲେ ସେଠାରେ କୌଣସୀ ସରକାରୀ ଅଧିକାରୀଙ୍କୁ ଦେଖିବାକୁ ପାଇ ନଥିଲେ । ତେବେ ଏହାକୁ ନେଇ ସେ ସନ୍ଦେହ ପ୍ରକାଶ କରିବା ସହ ପୋଲିସକୁ ଏବିଷୟରେ ଜଣାଇଥିଲେ । ସୂଚନା ପାଇବା ପରେ ପୋଲିସ୍ ନେଇ ଖୋଳତାଡ କରିଥିଲା । ଏହା ପରେ ଦକ୍ଷିଣ କୋଲକାତାର ଦେବଞ୍ଜନ ଦେବ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ।
ଦେବଞ୍ଜନ ନାମକ ବ୍ୟକ୍ତି ଜଣଙ୍କ ଆଇଏଏସ ଅଧିକାରୀର ପରିଚୟ ଦେଇ ଟିକାକରଣ କେନ୍ଦ୍ରକୁ ମିମି ଚକ୍ରବର୍ତ୍ତୀକୁ ଆମନ୍ତ୍ରିତ କରିଥିଲା । ଏହା ସହ ସେ କହିଥିଲା କି ଏହି ଟିକାକରଣର ଆୟୋଜନ କୋଲକାତା ନଗର ନିଗମ ଦ୍ୱାରା କରାଯାଉଛି । ଏନେଇ ମିମି ମଧ୍ୟ କହିଥିଲେ କି ସେ ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତିା ହେଲେ ଏଭଳି ନକଲି ଟିକାକରଣ କେନ୍ଦ୍ରକୁ ଯାଇ ସାମିଲ ହେବା ତାଙ୍କ ପାଇଁ ମହଙ୍ଗା ପଡିଛି ।

ଏନେଇ ମିମି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଦେବଞ୍ଜନ ବ୍ୟକ୍ତି ଜଣଙ୍କ ତାଙ୍କୁ କହିଥିଲେ କି ଆୟୋଜନକମାନେ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିବେଦନ କରିଥିଲେ । ଯାହାଫଳରେ ସେ ଟୀକାକରଣ ପାଇଁ ଆଗ୍ରହି ହୋଇଥିଲେ । ସେଠାକୁ ଯାଇ ଅନ୍ୟ ଲୋକଙ୍କୁ ପ୍ରେରଣା ମଧ୍ୟ ଦେଇଥିଲେ । ଏହା ସହ ନିଜେ ମଧ୍ୟ ଟିକା ନେଇଥିଲେ । ଯେତେବେଳେ ଟିକା ନେବା ପରେ ଫୋନକୁ କୌଣସି ମେସେଜ ଆସିନଥିଲା ସେତେବେଳେ ସେ ଏହା ବିଷୟରେ ପଚାରିଥିଲେ । କିନ୍ତୁ ତାଙ୍କୁ କୁହାଗଲା ଯେ ୩-୪ ଦିନ ମଧ୍ୟରେ ମେସେଜ୍ ମିଳିଯିବ । ସେତେବେଳେ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲ । ସେ ଏହି ଟିକାକରଣ କେନ୍ଦ୍ରକୁ ବନ୍ଦ କରିବାକୁ କହିଥିଲେ । କାରଣ ଟିକାକରଣ କେନ୍ଦ୍ର ନକଲି ବୋଲି ଜାଣିବା ବେଳକୁ ପାଖାପାଖି ୨୫୦ ଲୋକ ସହ ନିଜେ ମଧ୍ୟ ଟିକା ନେଇ ସାରିଥିଲେ ।

ସୁଚନାଅନୁଯାୟୀ ପୋଲିସ ଅଧିକାରୀ କହିଛନ୍ତି କି ଟିକାକରଣ କେନ୍ଦ୍ରର ମୁଖ୍ୟ ଆୟୋଜକଙ୍କୁ ଘଟଣାସ୍ଥଳରେ ପଚରାଉଚୁରା କରାଯାଇଥିଲା । ସେ ଜଣେ ଆଇଏଏସ ଅଧିକାରୀର ପରିଚୟରେ ଜାଲ ଡକ୍ୟୁମେଣ୍ଟ ବ୍ୟବହାର କରୁଥିଲେ । ପୋଲିସ୍ ଏହି ନକଲି ଅଧିକାରିଙ୍କୁ ଗିରଫ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ଷ୍ଟିର ଲଗାଯାଇଥିବା ଏକ ଗାଡିକୁ ଜବତ କରିଛି । ଏହା ସହ ନକଲି ଆଇଡି କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ।

Get real time updates directly on you device, subscribe now.