ପାକିସ୍ତାନରେ ଚାଲିଛି ଅଜବ ବିବାହ, ବିବାହ ତ ହୁଏ କିନ୍ତୁ ହୁଏନି ବିଦାୟୀ, ମଣ୍ଡପ ଉପରେ କନ୍ୟାକୁ ଛାଡି ଚାଲିଯାଏ ବର
ପାକିସ୍ତାନରେ ଚାଲିଛି ଅଜବ ବିବାହ, ବିବାହ ତ ହୁଏ କିନ୍ତୁ ହୁଏନି ବିଦାୟୀ
Fake Wedding: ଏବେ ଚାରିଆଡେ ଚାଲିଛି ଫେକ୍ ୱେଡିଂର ଟ୍ରେଣ୍ଡ । ନା ଅଛି ବର ନା ଅଛି କନିଆଁ । କିନ୍ତୁ ଚାଲିଛି ବାହାଘରର ସମସ୍ତ ମଜାମସ୍ତି । ହଲଦୀ, ସଙ୍ଗୀତ, ମେହେନ୍ଦୀ ସବୁ ହେଉଛି । ଆଉ ଯୁବପୀଢିମାନେ ଏଥିରେ ମସଗୁଲ୍ ମଧ୍ୟ ।
ତେବେ ଏହି ନକଲି ବିବାହ ସମୋରୋହକୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଉନାହିଁ । ବରଂ ସେମାନେ ଟଙ୍କା ଦେଇ ଆସିବେ । ଆଉ ଅତିଥିମାନେ ପହଞ୍ଚିବା ପରେ ଚାଲିବ ବଡ଼ ଧରଣର ସେଲିବ୍ରେସନ । ନକଲି ବିବାହ ବା ଫେକ୍ ୱେଡିଂ । ଯାହା ଏବେ ଏକ ଟ୍ରେଣ୍ଡ୍ ପାଲଟିଛି ।
ପାକିସ୍ତାନରେ ଏହି ଅଜବ ପରମ୍ପରା ଗତ ୨୦୨୩ ମସିହାରୁ ଭାଇରାଲ୍ ହେବାରେ ଲାଗିଛି । ୨୦୨୩ ମସିହାରେ ଲାହୋର ୟୁନିଭରସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସରେ ଅନୁଷ୍ଠିତ ଏକ ନକଲି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଧାରା ବ୍ୟାପକ ଭାବରେ ପରିଚିତି ପାଇଲା, ଯାହା ଏହାକୁ ଚର୍ଚ୍ଚାରେ ଆଣିଲା।
ଫେକ୍ ୱେଡିଂରେ ନା ଥାଏ ବର ନା କନ୍ୟା । ବ୍ରାହ୍ମଣ ମନ୍ତ୍ର ପଢ଼େନି କି ହାତଗଣ୍ଠି ବି ପଡେନାହିଁ । କିନ୍ତୁ ମେହେନ୍ଦି, ବାଜା, ସାଜସଜା ଓ ନାଚଗୀତ ସବୁକିଛି ଅସଲି ବିବାହ ଭଳି ହୋଇଥାଏ । ଏହି ଟ୍ରେଣ୍ଡ ଏବେ ଖୁବ ପପୁଲାର ହେଉଛି ।
ଯେଉଁଠିକି ଲୋକମାନେ କେବଳ ମଜା ଓ ସୋସିଆଲ ମିଡିଆ କଣ୍ଟେଣ୍ଟ ପାଇଁ ଆସୁଛନ୍ତି । ତେବେ ଏହି ଟ୍ରେଣ୍ଡ ପୁନେ, ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ସହରରେ ଏବେ ବେଶ୍ ଦେଖିବାକୁ ମିଳୁଛି । ଏହି ଧାରା ବିଶେଷକରି ଯୁବ ବନ୍ଧୁ, ଦମ୍ପତି ଏବଂ ବିଷୟବସ୍ତୁ ସୃଷ୍ଟିକାରୀଙ୍କ ଗୋଷ୍ଠୀ ମଧ୍ୟରେ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି ।
ଏହା କାଫେ, ଫାର୍ମହାଉସ୍, ଷ୍ଟୁଡିଓ ସେଟ୍ କିମ୍ବା ବାହାର ସ୍ଥାନରେ ଆୟୋଜିତ ହୁଏ।କେବଳ ଏତିକି ନୁହେଁ, ଏହି ଧାରା ଏତେ ପ୍ରସିଦ୍ଧ ହୋଇଛି ଯେ ଇଭେଣ୍ଟ ପ୍ଲାନରମାନେ ମଧ୍ୟ ଏଥିପାଇଁ ପ୍ୟାକେଜ ପ୍ରଦାନ କରିବା ଆରମ୍ଭ କରିଛନ୍ତି।
ଏହି ନକଲି ବିବାହ ପାଇଁ ଏକ ପଞ୍ଜିକରଣ ଫି ମଧ୍ୟ ଅଛି। ଯଦି ଆପଣ ମଧ୍ୟ ଏପରି ଏକ ପାର୍ଟିରେ ଯୋଗଦେବା ଏବଂ ଉପଭୋଗ କରିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଅନଲାଇନରେ ପଞ୍ଜିକରଣ କରିବାକୁ ପଡିବ ଯାହା ପାଇଁ ପ୍ରାୟ ୫୦୦ ଟଙ୍କା ଏଣ୍ଟ୍ରି ଫି ଦେବାକୁ ପଡିବ।
ଏହି କାର୍ଯ୍ୟକ୍ରମଗୁଡ଼ିକରେ, ପ୍ରକୃତ ବିବାହରେ ଥିବା ସମସ୍ତ ଜିନିଷ ମିଳୁଛି। ଫୁଲରେ ସଜାଯାଇଥିବା ମଣ୍ଡପ, ରଙ୍ଗୀନ ଲେହେଙ୍ଗା, ଢୋଲର ଶବ୍ଦ, ବରଯାତ୍ରୀ ଏବଂ ନକଲି ସାତଫେରା। କିନ୍ତୁ ବିଶେଷ କଥା ହେଉଛି ଯେ, ଏଠାରେ ପ୍ରକୃତ ବର ଏବଂ କନ୍ୟା ନଥାନ୍ତି, କିମ୍ବା ସମ୍ପର୍କୀୟ ନଥାନ୍ତି। ଲୋକମାନେ କେବଳ ମଜା, ନୃତ୍ୟ, ଖାଦ୍ୟ ଏବଂ ଇନଷ୍ଟାଗ୍ରାମ ପାଇଁ ଏବଂ ରିଲ୍ ଲାଗି ଏପରି ବିବାହକୁ ଯାଉଛନ୍ତି।
