fbpx

ହ୍ୟୁମାନ ସାଗରଙ୍କ ପାରିବାରିକ ମାମଲା: ମହିଳା ଥାନାରେ ହାଜର ହେଲେ ଉଭୟ ପତି-ପତ୍ନୀ

କଟକ: ଚଳିତ ଜାନୁଆରୀ ୧୮ ତାରିଖରୁ ଗାୟକ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରେୟାଙ୍କ ପାରିବାରିକ ବିବାଦ ମାମଲା ଦେଖିବାକୁ ମିଳିଛି । ଫଳରେ ଉଭୟ ପୂର୍ବରୁ କଟକ ମହିଳା ଥାନାରେ ହାଜର ହୋଇଥିବା ବେଳେ ଆଜି ଦ୍ୱାତୀୟ ଥର ପାଇଁ ପୁଣି ଥରେ ଉଭୟ ପତି ଥାନାରେ ହାଜର ହୋଇଛନ୍ତି । ଏତିସହିତ ହ୍ୟୁମାନଙ୍କ ମା ମଧ୍ୟ ଥାନାରେ ହାଜର ହୋଇଥିବା ଜଣାପଡିଛି । ଦ୍ୱିତୀୟ ଥରପାଇଁ ଉଭୟଙ୍କୁ କାଉସେଲିଂ କରିବ ପୋଲିସ ।

ତେବେ ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ପତ୍ନୀ ସଙ୍ଗିନ ଅଭିଯୋଗ ଆଣିଥିଲେ ।ଯେଉଁଥିରେ ଲେଖିଛନ୍ତି ଯେ ହ୍ୟୁମାନ ମଦ୍ୟପାନ କରି ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଅନ୍ତି । ଏହା ସହିତ କିଛି ଲୋକ ଏହା ମତ ରଖିଛନ୍ତି ଯେ ଏହି ଦମ୍ପତିଙ୍କ ମଧ୍ୟରେ ବହୁ ଦିନ ହେବ ବିବାଦ ଲାଗି ରହିଥିଲା ।

Get real time updates directly on you device, subscribe now.