fbpx

(Video) ଭାଷଣ ଦେଉଥିବା ବେଳେ ଟଳିପଡ଼ିଲେ ଦୁବାଇର ପ୍ରସିଦ୍ଧ ବ୍ୟବସାୟୀ: ଦେଖନ୍ତୁ ମୃତ୍ୟୁର ଭୟାନକ ଦୃଶ୍ୟ

ନୂଆଦିଲ୍ଲୀ: ଇଜିପ୍ଟର ରାଜଧାନୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରୁଥିବା ସାଉଦି ଆରବ ବ୍ୟବସାୟୀ ମହମ୍ମଦ ବିନ୍ ନାସିର ଅଲ କାହତାନୀଙ୍କ ଦେହାନ୍ତ ହୋଇଛି ଏବଂ ତାଙ୍କ ମୃତ୍ୟୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବ୍ୟବସାୟୀ ମହମ୍ମଦ ବିନ୍ ନାସିର ଅଲ କାହତାନୀଙ୍କ ମୃତ୍ୟୁର ଭିଡିଓ ଅତ୍ୟନ୍ତ ଭୟାନକ ଥିଲା । ସେ ପୋଡିୟମରୁ ଲୋକଙ୍କୁ ସମ୍ବୋଧିତ କରୁଥିଲେ ଏବଂ ହଲରେ କରତାଳି ମାରୁଥିଲେ, କିନ୍ତୁ ଠିକ୍ ସେହି ସମୟରେ ସେ ତଳେ ପଡ଼ିଗଲେ ଓ ତାଙ୍କର ମୃତ୍ୟୁ ହୋଇଗଲା ।

ଦୁବାଇର ଜଣାଶୁଣା ବ୍ୟବସାୟୀ ଅଲ କାହତାନୀ ମଙ୍ଗଳବାର ଦିନ ଇଜିପ୍ଟର ରାଜଧାନୀ କାଇରୋର ଏକ ହୋଟେଲରେ ‘ଆଫ୍ରୋ-ଆରବ ସମ୍ମିଳନୀ’ରେ ବ୍ୟବସାୟୀ ତଥା ଅଧିକାରୀମାନଙ୍କୁ ସମ୍ବୋଧିତ କରୁଥିଲେ ଏବଂ ଭାଷଣ ଶେଷରେ ସେ ତଳେ ପଡ଼ିଯାଇଥିଲେ । ସେଠାରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ, କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ତେବେ ଡାକ୍ତରଖାନା ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଯଦିଓ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ ତାଙ୍କ ମୃତ୍ୟୁର ପଛର କାରଣ ହାର୍ଟ ଆଟାକ୍ ହୋଇପାରେ ।

Get real time updates directly on you device, subscribe now.