fbpx

୨୪ ଘଣ୍ଟାରେ ୨୦ ଲକ୍ଷ ଫଲୋଅର୍ସ: ଅଲମ୍ପିକ୍ ହିରୋ ନୀରଜ ଏବେ ସୋସିଆଲ ମିଡିଆର ହଟ୍ ଟ୍ରେଣ୍ଡିଂ

ନୂଆଦିଲ୍ଲୀ: ୧୦୦ ବର୍ଷର ଇତିହାସରେ ଯାହା ଘଟିଥିଲା, ତାହା କରି ଦେଖାଇଛନ୍ତି ନୀରଜ ଚୋପ୍ରା । ଭାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ବିଜୟ ସହ ନୀରଜ ଭାରତର ନାମକୁ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛନ୍ତି । ଅଗଷ୍ଟ ମାସ ୭ ତାରିଖରେ ଏହି ୨୩ ବର୍ଷୀୟ ଯୁବକ ୮୭.୫୮ ମିଟର ଦୂରତା ଥ୍ରୋ କରି ସଫଳତାର ଉଚ୍ଚତମ ଶୃଙ୍ଖକୁ ପାର୍ କରିପାରିଥିଲେ । ଏହାପରେ ନୀରଜଙ୍କ ପାଖକୁ କେନ୍ଦ୍ର ସରକାର, ଅନେକ ରାଜ୍ୟ ସରକାର, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କୋଟି କୋଟି ଟଙ୍କାର ଉପହାରର ବନ୍ୟା ଛୁଟିବାରେ ଲାଗିଥିଲା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୀରଜ ବର୍ତ୍ତମାନ ସୋସିଆଲ୍ ମିଡିଆରେ ହିରୋ ପାଲଟି ଯାଇଛନ୍ତି । ମାତ୍ର ୨୪ ଘଣ୍ଟା ମଧ୍ୟରେ ନିରଜଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ୨ ମିଲିଅନ୍ ଅର୍ଥାତ ୨୦ ଲକ୍ଷ ଟପିଯାଇଛି । ହରିୟାଣାରେ ଜନ୍ମିତ ନୀରଜଙ୍କ ଏହି ଅନନ୍ୟ ସଫଳତା ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରିବା ସହିତ କ୍ଲାସ-୧ ସରକାରୀ ଚାକିରି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡ଼ା ସାରା ରାଜ୍ୟର ଯେ କୌଣସି ସ୍ଥାନରେ ତାଙ୍କୁ ୫୦ ପ୍ରତିଶତ ରିହାତିରେ ଜମି ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ୨ କୋଟି, ବିସିସିଆଇ ୧ କୋଟି, ଚେନ୍ନାଇ ସୁପରକିଙ୍ଗସ ୧ କୋଟି, ମଣିପୁର ମୁଖ୍ୟମନ୍ତ୍ରୀ ଏମଏନ ବିରେନ୍ ସିଂହ ୧ କୋଟି, ବିଜିନେସ ମ୍ୟାନ୍ ଆନନ୍ଦ ମହିନ୍ଦ୍ରା XUV ୭୦୦ ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.