fbpx

ଖାଁ ଖାଁ, ବର୍ଷେ ତଳେ ଫନି ଏବେ କରୋନା

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ସବୁ ସମାନ । ଫରକ କେବଳ ଏତିକି ଯେ ସେତେବେଳେ କରେଣ୍ଟ ନ ଥିଲା ଏବେ କରେଣ୍ଟ ଅଛି । ନ ହେଲେ ସେତେବେଳେ ଗମନାଗମନ ଉପରେ ପ୍ରତିବନ୍ଧକ ଥିଲା ଏବେ ବି ତାହା । ହଁ ଅବଶ୍ୟ ସେତେବେଳେ ବିପର୍ୟୟ ର ଆରମ୍ଭ ବଙ୍ଗୋପସାଗର ରୁ ହୋଇଥିଲା ଆଉ ଏଥର ଊହାନ ରୁ । ଗତବର୍ଷ ଏହି ମେ ତିନି ତାରିଖ ରେ ତାଣ୍ଡବ କରିଥିଲା ପ୍ରଳୟଙ୍କରୀ ବାତ୍ୟା ଫନି ।ପବନର ବେଗରେ ଆତ୍ମସମର୍ପଣ କରିଥଲା ହଜାର ହଜାର ଗଛ, ବିଦ୍ୟୁତ ଖୁଣ୍ଟ, ଛପର । ବିନା ବିଦ୍ୟୁତ ରେ ସପ୍ତାହ, ସପ୍ତାହ ଧରି ସନ୍ତୁଳି ହୋଇଥିଲେ ଲୋକେ । ଠପ ପଡିଯାଇଥିଲା ଜୀବନ ଯାତ୍ରା ।


ଏବେ ମହାମାରୀ କରୋନା ପାଇଁ ବି ସମାନ ଅବସ୍ଥା ।ରାସ୍ତା ଘାଟ ସବୁ ଖାଁ ଖାଁ ।ଏବେବି ଯଦିଓ ଫନି ର କରାଳ, ଭୟ ସୃଷ୍ଟି କରୁଛି କିନ୍ତୁ ସାରା ବିଶ୍ୱରେ ତାଣ୍ଡବ କରୁଥିବା କରୋନା ର କାୟା ବି କିଛି କମ ନୁହେଁ ।ତେଣୁ ନିଶ୍ଚିତ ଭାବେ ଓଡ଼ିଆ ଙ୍କ ପାଇଁ ଆଜିର ଦିନଟି ସ୍ମରଣୀୟ ।ହଁ ଆଜି ଲକ ଡାଉନ ର ଦ୍ୱିତୀୟ ପର୍ୟ୍ୟାୟ ସମାପ୍ତ ହେଉଛି ।

Get real time updates directly on you device, subscribe now.