fbpx

ପଞ୍ଜାବରେ କଙ୍ଗନାଙ୍କୁ ବିରୋଧ କରି ନାରବାଜି, କାର ଉପରକୁ ଆକ୍ରମଣ କଲେ କୃଷକ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ନିକଟରେ କଙ୍ଗନା ରଣାୱତ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକଙ୍କୁ ଖଲିସ୍ତାନୀ ବୋଲି କହିଥିଲେ । ତେବେ ବୋଧହୁଏ ଏହା ତାଙ୍କ ଉପରେ ଭାରି ପଡ଼ିଛି । ଶୁକ୍ରବାର କଙ୍ଗନା ପଞ୍ଜାବ ଗସ୍ତରେ ଥିବାବେଳେ କୃଷକମାନେ ତାଙ୍କ ଗାଡ଼ିକୁ ଘେରିଥିଲେ । କୃଷକମାନେ ତାଙ୍କ କାରକୁ ଅଟକାଇ ତାଙ୍କ ବିରୋଧରେ ନାରାବାଜି ଦେଇଥିଲେ । କୃଷକ ଏବଂ ମହିଳାମାନେ ତାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ଦାବି କରିଥିଲେ ।

 

View this post on Instagram

 

A post shared by Balle Jatt420 (@ballejatt420)

କୃଷକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଘଟଣା ସ୍ଥଳରେ ପୋଲିସ ମୁତୟନ ମଧ୍ୟ କରାଯାଇଥିଲା । କିନ୍ତୁ କୃଷକମାନେ ରାସ୍ତା ରୋକିବା ସହ କ୍ଷମା ନମାଗିଲେ ଛଡ଼ାଯିବନି ବୋଲି ଦାବି କରି ବସିଥିଲେ । ତେବେ ଅନେକ ପ୍ରାୟସ ପରେ ପ୍ରାୟ ୧ ଘଣ୍ଟା ପରେ ତାଙ୍କୁ ଯିବାକୁ ଦିଆଯାଇଥିଲା ।

ଏନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରିବା ସହ ଏହି ଘଟଣାକୁ ନିନ୍ଦା କରିଛନ୍ତି କଙ୍ଗନା । ସେ କହିଛନ୍ତି ଯେତେବେଳେ ସେ ପଞ୍ଜାବରେ ପହଞ୍ଚିବା ପାଇଁ କିରାତପୁର ସାହିବ ନିକଟରେ ପହଞ୍ଚିଥିଲେ ସେତେବେଳେ ତାଙ୍କ କାର ଉପରେ ଆକ୍ରମଣ ହୋଇଥିଲା, ସେମାନେ ନିଜକୁ କୃଷକ ବୋଲି କହୁଥିଲେ । ତେବେ ସେଠାରୁ ବାହାରିବା ପରେ ଏକ ପୋଷ୍ଟ କରି ସେଠାରୁ ସୁରକ୍ଷିତ ବାହାରିସାରିଥିବା ନେଇ କହିଥିଲେ ।

 

View this post on Instagram

 

A post shared by hindustan (@livehindustan)

Get real time updates directly on you device, subscribe now.