fbpx

ନୂଆ ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକ କଲେ ଚାଷୀ

ଭବାନୀପାଟଣା: ରାଜ୍ୟରେ ଧାନମଣ୍ଡିକୁ ନେଇ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ସଂଖ୍ୟାଧିକ ଚାଷୀଙ୍କୁ ଅଶୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଫସଲ ଅମଳ ହୋଇସାରିବା ପରେ ଧାନକୁ କିପରି ବିକିବେ ସେନେଇ ଛାଷୀଙ୍କ ମଧ୍ୟରେ ଦେଖାଦେଇଛି ସମସ୍ୟା । ତେବେ ଆଜି ସେହି ସମସ୍ୟା ଭବାନୀପାଟଣା, ବଲାଙ୍ଗିର ଜିଲ୍ଲାରେ ପ୍ରତିବାଦ କରିଛନ୍ତି ଚାଷୀ ।

ସେହିପରି କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଂଚାୟତେରେ ଲୋକେ ରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ ଦାବି ହେଉଛି ଜିଲ୍ଲାରେ ନୂଆ ଧାନମଣ୍ଡି ଖୋଲାଯାଉ । କାରଣ ଧାନ ରଖିବା ପାଇଁ କୌଣସି ପ୍ରକାର ସୁବିଧା ମିଳୁନାହିଁ । ସେହିପରି ବଲାଙ୍ଗିର-ମଦବପୁର ରାମପୁରରେ ଚାଷୀ ରାସ୍ତାରୋକ କରିଛନ୍ତି । ଯାହାଦ୍ୱାରା ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।

ଧାନମଣ୍ଡିକୁ ନେଇ ଥମୁନି ସମସ୍ୟା କେତେବେଳେ ଟୋକନ ଟେନସନ ତ କେତେବେଳେ ମଣ୍ଡି ସମସ୍ୟା । ବ୍ୟବସ୍ଥାର ଅଡୁଆ ଜାଲରେ ଛନ୍ଧି ହୋଇପଡୁଛନ୍ତି ଚାଷୀ । ରାସ୍ତା ଉପରେ ଯୁଆଡେ ଦେଖିବେ ବସ୍ତା ବସ୍ତା ଧାନ । ଦୀର୍ଘଦିନ ହେବ ସ୍ଥାୟୀ ମଣ୍ଡିକୁ ନେଇ ବାରମ୍ବାର ଦାବି ପରେ ବି ମଣ୍ଡିଟିଏ ହୋଇପାରୁନି । ଏପରି ସମସ୍ୟା ଠିକ ନହେଲେ ଶେଷକୁ ଦଲାଲ୍ ହାତରେ ଶାଗ ମାଛ ଦରରେ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଠିକ ଏହିପରି ଅବସ୍ଥା ଦେଖାଦେଇଛି ଭବାନୀ ପଟଣା ଓ ବଲାଙ୍ଗିର ଜିଲ୍ଲାରେ । ତେବେ ନୂଆ ଧାନ ମଣ୍ଡି ଖୋଲିବା ନେଇ ରାସ୍ତାରୋକ କରିଛନ୍ତି ଚାଷୀସଂଘ ।

Get real time updates directly on you device, subscribe now.