fbpx

ସଙ୍ଗୀତରୁ ସୃଷ୍ଟି ହୁଏ ବର୍ଷା: କାରଣ ଜାଣିବାକୁ ପ୍ରୟାସ କରିବେ କେମ୍ବ୍ରିଜ ଛାତ୍ର

ନୂଆଦିଲ୍ଲୀ: ସଙ୍ଗୀତର ଖୁବ ଶକ୍ତି ଅଛି । ପ୍ରାଚୀନ କାଳରୁ ଏହା ପ୍ରମାଣିତ ହୋଇ ଆସିଥିବା ବେଳେ ରାଜସ୍ଥାନର କୃଷକମାନେ ଏବେ ବି ଏହାକୁ ମାନ୍ୟତା ଦେଇଛନ୍ତି । ସେଠାରେ ବର୍ଷାଋତୁରେ କମ ବର୍ଷା ହେଲେ କୃଷକମାନେ ଛତା ଧରି ଜମିକୁ ଯାଇ ‘ତେଜା ଗାନ’କୁ ଗୀତ ଭାବେ ଗାଇଥାନ୍ତି । ପ୍ରାୟ ହଜାରେ ବର୍ଷ ତଳେ ବୀର ତେଜାଜୀ ଗାଈମାନଙ୍କୁ ସୁରକ୍ଷା ଦେବା ଲାଗି ନିଜ ପ୍ରାଣବଳି ଦେଇଥିଲେ । ତେବେ ଅବିଶ୍ୱସନୀୟ ଭାବେ କୃଷକମାନେ ମେଘମହ୍ଲାର ଏବଂ ତେଜା ଗାନ ଗାଇବା ସମୟରେ ବର୍ଷାର ଚିହ୍ନବର୍ଣ୍ଣ ନଥିଲେ ସୁଦ୍ଧା ବର୍ଷା ହୋଇଥିବାର ପ୍ରମାଣ ରହିଛି । ଏହି ସଙ୍ଗୀତରେ ଇନ୍ଦ୍ରଦେବ ଖୁସି ହୋଇ ସେମାନଙ୍କୁ ଆଶୀର୍ବାଦ ଭାବେ ବର୍ଷା ଦେଇଥାନ୍ତି ବୋଲି ସେମାନଙ୍କର ବିଶ୍ୱାସ । ଘଟଣାକୁ ନେଇ କେମ୍ବି୍ରଜ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଗବେଷଣା କରିବା ଲାଗି ପ୍ରସ୍ତୁତି ଚାଲିଛି ।

ଦଶମ ଶତାବ୍ଦୀରୁ ରାଜ୍ୟରଭିନ୍ନ ଭିନ୍ନ ଅଞ୍ଚଳରେ ବିଭିନ୍ନ ଶୈଳୀରେ ଏହି ଗୀତ ଗାଇ କୃଷକମାନେ ବର୍ଷା ଆମନ୍ତ୍ରଣ କରିଥାନ୍ତି । ବିଦେଶରେ ଏହି ଶୈଳୀ ଓପେରା ନାମରେ ପରିଚିତ । ମୁଖ୍ୟତଃ ରାଜସ୍ଥାନର ନାଗୋର ଜିଲ୍ଲାର କୃଷକମାନେ ତେଜାଗୀତ ଗାଇଥାନ୍ତି । ସେମାନଙ୍କର ବିଶ୍ୱାସ ଯେ କ୍ରମାଗତ ଭାବେ ଏହି ଗୀତ ଗାଇଲେ ବର୍ଷା ବି ଅବାରିତ ଧାରାରେ ହୋଇଥାଏ । କେମ୍ବ୍ରିଜ ଛାତ୍ରମାନେ ଖୁବ ଶୀଘ୍ର ଏହି ସଙ୍ଗୀତକୁ ନେଇ ଗବେଷଣା କରିବେ ।

Get real time updates directly on you device, subscribe now.