fbpx

ନା ମାଟି ନା ଜମି, କିଛି ଦରକାର ନାହିଁ: କମ୍ ଖର୍ଚ୍ଚରେ ଶୂନ୍ୟରେ କରନ୍ତୁ ଆଳୁ ଚାଷ, ମିଳୁଛି ୪ ଗୁଣା ଅଧିକ ଅମଳ

ନୂଆଦିଲ୍ଲୀ: ସାଧାରଣ ଭାବେ ଆଳୁ ଚାଷ ମାଟିରେ ହୋଇଥାଏ । ତେବେ ଆପଣମାନେ ଜାଣନ୍ତି କି ଆଳୁ ଚାଷ ଶୂନ୍ୟରେ ମଧ୍ୟ ହୋଇପାରିବ । ଏକଥାକୁ କେହି ବିଶ୍ୱାସ ନକଲେ ବି ସତ । ଏରୋପୋନିକ ଟେକନିକ ଦ୍ୱାରା ଏହି କାର୍ଯ୍ୟ ହୋଇପାରିବ । ବିନା ମାଟି ଓ ଭୂମିରେ ଆଳୁ ଚାଷ ସମ୍ଭବ ହୋଇପାରିବ ।

ଏହି ଟେକନିକ ହରିୟାଣାର କରନାଲ ଜିଲ୍ଲା ସ୍ଥିତ ଆଲୁ ଟେକ୍ନୋଲୋଜି କେନ୍ଦ୍ର ଦ୍ୱାରା କରାଯାଇଛି । ବିଶେଷଜ୍ଞଙ୍କ ମତରେ, ଏହି ଟେକନିକର ପ୍ରୟୋଗ କରି ଆଳୁର ଉତ୍ପାଦନ ୧୦ ଗୁଣ ବୃଦ୍ଧ ପାଇବ । ଏହି ଟେକନିକରେ କ୍ଷେତରେ ଆଳୁ ଚାଷ କରିବା ପାଇଁ କେନ୍ଦ୍ର ସରକାର କୃଷକଙ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏରୋପୋନିକ ଟେକନିକରେ ଆଳୁକୁ ଝୁଲୁଥିବା ଅବସ୍ଥାରେ ପୋଷଣ ଦିଆଯାଇଥାଏ । ଏହାପରେ ସେଥିରେ ମାଟି ଓ ଜମିର ଆବଶ୍ୟକ ହୋଇନଥାଏ । ବିଶେଷଜ୍ଞ କୁହନ୍ତି, ଏହି ଟେକନିକରେ ଚାଷ କରିବା କିଷାନଙ୍କ ପାଇଁ ବହୁତ ଫାଇଦା ହୋଇଥାଏ । କୃଷକମାନେ କମ୍ ଖର୍ଚ୍ଚରେ, କମ୍ ସ୍ଥାନରେ ଅଧିକ ଆଳୁ ଅମଳ କରିପାରିବେ । ଏହି ପ୍ରଣାଳୀରେ ଆଳୁ ଚାଷ କଲେ ୩ରୁ ୪ ଗୁଣ ଅଧିକ ଅମଳ ହୋଇଥାଏ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । କେବଳ ହରିୟାଣା ନୁହେଁ, ଅନ୍ୟ ରାଜ୍ୟର ଚାଷୀମାନେ ମଧ୍ୟ ଏହାର ଲାଭ ଉଠାଇପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.