fbpx

୬୦୦୦ ସହିତ ଚାଷୀଙ୍କୁ ମିଳିବ ମାସିକ ୩୦୦୦ ଟଙ୍କା ଅଧିକ: ଲାଭ ଉଠାଇବା ପାଇଁ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ସରକାରଙ୍କ ତରଫରୁ ମିଳୁଛି ଆଉ ଏକ ଫାଇଦା । ପିଏମ କିଶାନ ଯୋଜନା ଅଧୀନରେ ୬,୦୦୦ ବାର୍ଷିକ ସହାୟତା ସହିତ ଏବେ ମାସକୁ ମିଳିବ ୩,୦୦୦ଟଙ୍କା ମଧ୍ୟ ପାଇପାରିବେ ଚାଷୀ । ଏଥିପାଇଁ କୃଷକମାନଙ୍କୁ ଅଧିକ କୌଣସି ତଥ୍ୟ ମଧ୍ୟ ଦେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ।

ପିଏମ କିଶାନ ମାନଧନ ଯୋଜନା ଅନ୍ତର୍ଗତ ଚାଷୀମାନଙ୍କୁ ପ୍ରତି ମାସ ଦିଆଯାଉଛି ପେନସନ । ଏହି କ୍ରମରେ ୬୦ ବର୍ଷରୁ ଅଧିକ ବୟସର ଚାଷୀମାନଙ୍କୁ ପ୍ରତ୍ୟେକ ମାସ ୩,୦୦୦ ଟଙ୍କା ଅର୍ଥାତ ବାର୍ଷିକ ୩୬,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ତେବେ ଏଥିପାଇଁ ନିଜର ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଇତ୍ୟାଦି ଆବଶ୍ୟକ । ତେବେ ପିଏମ କିଶାନ ଯୋଜନାର ହିତାଧିକାରୀମାନଙ୍କୁ ଅଧିକ କିଛି ଦସ୍ତାବିଜ ଦେବାକୁ ପଡିବ ନାହିଁ । ୧୮ରୁ ୪୦ ବର୍ଷ ବର୍ଗର ଚାଷୀ ଏଥିରେ ନିଜକୁ ସାମିଲ କରିପାରିବେ ।

୧. ଏଥିପାଇଁ ୨ ହେକ୍ଟର କିମ୍ବା କମ ଚାଷଜମି ରହିବା ଆବଶ୍ୟକ

୨. ଅତିକମରେ ୨୦ ଏବଂ ଅତି ବେଶୀରେ ୪୦ ବର୍ଷ ବୟସ ବର୍ଗ ପର୍ଯ୍ୟନ୍ତ ଚାଷୀମାନଙ୍କୁ ୫୫ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ନିବେଶ କରିବାକୁ ହେବ । ଏହା ଚାଷୀଙ୍କ ବୟସ ଉପରେ ନିର୍ଭର କରିଥାଏ ।

୩. ୧୮ ବର୍ଷୀୟ ଚାଷୀମାନଙ୍କ ପାଇଁ ମାସିକ ୫୫ ଟଭ୍କା ଅର୍ଥରାଶି ଜମା କରିବାକୁ ପଡିବ ।

୪. ୩୦ ବର୍ଷର ଚାଷୀ ଏହି ଯୋଜନା ଅଧୀନରେ ୧୧୦ ଟଙ୍କା ଜମା କରିବେ ।

୫. ସେହିପରି ୪୦ ବର୍ଷର ଚାଷୀମାନେ ଏଥିରେ ସାମିଲ ହେଲେ ୨୦୦ ଟଙ୍କା ଲେଖଏଁ ଜମା କରିବାକୁ ପଡିବ ।

Get real time updates directly on you device, subscribe now.