fbpx

ରିଲିଜ୍ ହେଲା “ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍-୯”ର ଦ୍ଵିତୀୟ ଟ୍ରେଲର୍

ନୁଆଦିଲ୍ଲୀ, ୧୫/୪ (ଓଡିଶା ଭାସ୍କର): “ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍-୯”ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଏଥିରେ ଭିନ୍ ଡିଜଲ୍, ଜନ୍ ସୀନାଙ୍କ ବ୍ୟତୀତ ଅନେକ ଷ୍ଟାର୍ ମାନଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଭିନ୍ ଡିଜଲ୍ ନିଜ ଭାଇ ସହିତ ଟକ୍କର ଦେଉଥିବା ନଜର ଆସିବେ । ଆଉ ତାଙ୍କ ଭାଇ ଭୂମିକାରେ ନଜର ଆସିବେ ଜନ୍ ସୀନା । ଟ୍ରେଲରଟି ଖୁବ୍ ଦମଦାର ହୋଇଥିବା ବେଳେ ଫାଷ୍ଟ୍ ଲୁକ୍ ରେ ଯେଉଁସବୁ ଷ୍ଟଣ୍ଟ୍ ରହିଛି ସେସବୁ ଖୁବ୍ ପାୱାର ଫୁଲ୍ ହୋଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜଷ୍ଟିନ୍ ଲିନ୍ । ସେ ଖାଲି ଏହି ପାର୍ଟ ନୁହେଁ ବରଂ ୩ୟ, ୪ର୍ଥ, ୫ମ ଏବଂ ୬ଷ୍ଠ ପାର୍ଟରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।

୯ମ ପାର୍ଟର କାହାଣୀ ଖୁବ୍ ଦମଦାର୍ ରହିଥିବା ବେଳେ ଟ୍ରେଲରକୁ ଫ୍ୟାନ୍ସ ମାନଙ୍କ ରେସପନ୍ସ ଖୁବ୍ ଭଲ ମିଳିଛି । ଫିଲ୍ମରେ ଜନ୍ ସୀନା ଏବଂ ଭିନ୍ ଡିଜଲ୍ ଙ୍କ ଯୋଡିକୁ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରୁଛନ୍ତି । ଭାରତ ଏବଂ ଆମେରିକାରେ ଏହି ଫିଲ୍ମ ଜୁନ୍ ୨୫ରେ ରିଲିଜ୍ ହେବ । ତେବେ ଏହି ଫିଲ୍ମ ୨୦୨୦ରେ ପରଦା ଉପରକୁ ଆସିବାର ଥିଲା କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଟ୍ରେଲର୍ ଟି ଇଂରାଜୀ, ହିନ୍ଦୀ. ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍ ହୋଇଛି ।

Get real time updates directly on you device, subscribe now.