fbpx

ଧନ୍ୟରେ ମଣିଷ ଜାତି: ପୁଅର ଶବକୁ ବାପା କାନ୍ଧରେ ବୋହୁଛି, ଦେଖଣାହାରୀ ମଜା ନେଉଛି

ନୂଆଦିଲ୍ଲୀ: ଗରିବଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଆଜି ବି ଅନେକ ଗରିବ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ପୁତ୍ରର ଶବକୁ ନେବା ପାଇଁ ଆମ୍ବୁଲାନ୍ସ ନ ମିଳିବାରୁ ବୃଦ୍ଧି ପିତା କାନ୍ଧରେ ନିଜ ପୁତ୍ରର ଶବକୁ ୨୫ କିମି ପର୍ଯ୍ୟନ୍ତ ବୋହିଛନ୍ତି ।

ତେବେ ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଆଜିକାଲିର ଦୁନିଆରୁ ମାନବତା ଯେ ହଜିଯାଇଛି, ତାହା ଏହି ଭିଡିଓ ପ୍ରମାଣିତ କରି ଦେଇଛି । ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ଜଣେ ଗରିବଙ୍କୁ ତା’ର ପୁଅର ଶବ ବୋହିବା ପାଇଁ ଆମ୍ବୁଲାନ୍ସ ମିଳୁନାହିଁ । ଏହାଠାରୁ ହାସ୍ୟାସ୍ପଦ କଥା ଆଉ କ’ଣ ଥାଇପାରେ ।

ଜଣେ ବ୍ୟକ୍ତି ତାଙ୍କର ପୁତ୍ରର ଚିକିତ୍ସା ପାଇଁ ପ୍ରୟାଗରାଜ ହସ୍ପିଟାଲରେ ପହଞ୍ଚିଥିଲେ । ତେବେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃତ୍ୟୁ ଘଟିଥିଲା । ଏହାପରେ ପରିଜନମାନେ ଶବକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ଖୋଜିଥିଲେ ହେଁ ତାହା ମିଳିନଥିଲା । ବହୁ ନେହୁରା ହେବା ପରେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିପାରି ନଥିଲେ । ଶେଷରେ ବାଧ୍ୟ ହୋଇ ପିତାଜଣଙ୍କ ପାଦରେ ଚାଲି ଚାଲି ୨୫ କିମି ପର୍ଯ୍ୟନ୍ତ ନିଜ ସନ୍ତାନର ଶବକୁ ବୋହିଥିଲେ । ତେବେ ଗରିବ ବାପଟିଏ ପରିସ୍ଥିତିରେ ପଡ଼ି ତା’ର ପୁତ୍ରର ଶବକୁ ଚାଲି ଚାଲି କାନ୍ଧିରେ ବୋହୁଛି । ତାଙ୍କୁ ସାହାଯ୍ୟ କରିବା ବଦଳରେ ଭିଡିଓ ଶୁଟ୍ କରିବା ଏ ସମାଜ ପାଇଁ ଏକ ଲଜ୍ଜାଜନକ କଥା ନୁହେଁ କି?

Get real time updates directly on you device, subscribe now.