fbpx

ନୁସରତଙ୍କ ସନ୍ତାନର ବାପ କିଏ? ସାମନାକୁ ଆସିଲା ଜନ୍ମ ପ୍ରମାଣପତ୍ର

କୋଲକାତା: ଜଣାଶୁଣା ବଙ୍ଗାଳୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜହାଁ ନିଜ ପର୍ସନାଲ ଲାଇଫ୍ କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ସେ ନିକଟରେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଛନ୍ତି । କିନ୍ତୁ ତାର ବାପା କିଏ ତାକୁ ନେଇ କୌଣସି ବି ସ୍ପଷ୍ଟ କରିନଥିଲେ । ସ୍ୱାମୀ ନିଖିଲ ଜୈନଙ୍କ ଠାରୁ ଅଲଗା ହେବାପରେ ବୟଫ୍ରେଣ୍ଡ ୟଶଦାସ ଗୁପ୍ତାଙ୍କ ସହିତ ସେ ଅନେକ ସମୟରେ ନଜର ଆସିଛନ୍ତି । ତେବେ ତାଙ୍କ ସନ୍ତାନର ଅସଲ ବାପା କିଏ ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଏହା ଉପରୁ ପରଦା ହଟିଛି । ନୁସରତ୍ ଙ୍କ ପୁଅଙ୍କର ଜନ୍ମ ପ୍ରମାଣପତ୍ର ସାମନାକୁ ଆସିଛି । ହେଲେ ବାପାଙ୍କ ନାମକୁ ନେଇ କନଫ୍ୟୁଜରେ ରହିଛନ୍ତି ଲୋକେ । କାରଣ ଏଥିରେ ନିଖିଲ ଓ ୟଶ୍, କାହାରି ବି ନାମ ନାହିଁ ।

 

କୋଲକାତା ମୁନିସିପାଲ୍ କର୍ପୋରେସନ୍ ଡକ୍ୟୁମେଣ୍ଟ ମୁତାବକ, ନୁସରତ୍ ସନ୍ତାନର ନାମ ଇଶାନ୍ ଦାସଗୁପ୍ତା ରଖିଛନ୍ତି । ଆଉ ବାପାଙ୍କ ନାମ ରଖିଛନ୍ତି ଦେବାଶିଷ ଦାସଗୁପ୍ତା । ତେବେ ଏହାକୁ ନେଇ ଯଦି ଆପଣ ମାନେ ସନ୍ଦେହରେ ରହିଛନ୍ତି ତେବେ ଏହା ହେଉଛି ୟଶ୍ ଙ୍କର ହିଁ ନାଁ । ଗର୍ଭବତୀ ହେବାଠାରୁ ଆରମ୍ଭ କରି ଡେଲିଭେରି ପର୍ଯ୍ୟନ୍ତ ନୁସରତ୍ ଙ୍କ ସହିତ ୟଶ୍ ନଜର ଆସିଥିଲେ । ହସ୍ପିଟାଲରୁ ସନ୍ତାନକୁ ଧରି ଫେରିବା ଦିନ ବି ଦୁହିଁଙ୍କୁ ଦେଖିବାକୁ ମିଳିଥିଲା । ୟଶ୍ ଗାଡ଼ି ଚଲାଉଥିବା କ୍ୟାମେରାରେ କଏଦ୍ ହୋଇଥିଲା ।

Get real time updates directly on you device, subscribe now.