fbpx

୫୦ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକ୍ରି କରି ବାପା ଫେରାର୍

ଭୁବନେଶ୍ୱର, ୧୬/୦୫(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧର ହାର ବଢ଼ିବାରେ ଲାଗିଛି । ପ୍ରତିଦିନ ଠକେଇ, ଚୋରି ଭଳି ଘଟଣାର ସାମନା କରୁଛନ୍ତି ସାଧାରଣ ଲୋକ । ତେବେ ଏହା ଭିତରେ ଆଜି ଆଉ ଏକ ସଙ୍ଗୀନ ଘଟଣା ସାମନାକୁ ଆସିଛି । ଗୋଟିଏ ଶିଶୁପୁତ୍ରର ବାପା ନିଜ ପୁଅକୁ ୫୦ ହଜାର ଟଙ୍କାରେ ବିକ୍ରି କରି ଫେରାର୍ ହୋଇଯାଇଛି । ତେବେ ନୟାପଲ୍ଲୀ ପୋଲିସ୍ ଏହି ଖବର ପାଇ ଶିଶୁପୁତ୍ରକୁ ଉଦ୍ଧାର କରିଥିବା ବେଳେ ୫୦ହଜାର ଟଙ୍କାରେ କିଣିଥିବା ଶ୍ରୀ ନିବାସ ଜେନାକୁ ନୟାଗଡରୁ ଗିରଫ କରିଛି । ଶିଶୁର ବାପାଙ୍କ ନାଁ ହେଲା ତପନ ପଲେଇ । ଏନେଇ ଥାନାରେ ଅଭିଯୋଗ କରିଥିଲେ ଶିଶୁପୁତ୍ରର ମା’ । ବର୍ତ୍ତମାନ ତାକୁ ଚାଇଲ୍ଡଲାଇନ୍ କୁ ହସ୍ତାନ୍ତର କରିଛି ପୋଲିସ୍ ।

Get real time updates directly on you device, subscribe now.