ମୃତ ପତ୍ନୀଙ୍କ ପାଇଁ ବାପା ଘଟାଇଲା ଜଘନ୍ୟ କାଣ୍ଡ, ତିଆରି କଲା ୬ ଫାଶି ଦଉଡି, ଆଉ ତା’ପରେ ଯାହା ଘଟିଲା ଶୁଣି ପାରିବେନି ଆପଣ…

ପତ୍ନୀଙ୍କ ଶାଢୀରେ ଉହଳି ପଡିଲେ ପୁରା ପରିବାର, ଚାଲିଗଲା ୪ ଜଣଙ୍କ ଜୀବନ

ମୁଜାଫରପୁର: ତାରିଖ – ଡିସେମ୍ବର ୧୫, ୨୦୨୫… ସ୍ଥାନ – ବିହାରର ମୁଜାଫରପୁର ଜିଲ୍ଲା… ସକାଳୁ ସକାଳୁ ଘଟିଲା ଏମିତି କିଛି ଘଟଣା ଯାହା ସମଗ୍ର ଅଞ୍ଚଳକୁ ଥରେଇ ଦେଲା । ଜଣେ ବାପା ପ୍ରଥମେ ତାଙ୍କ ମୃତ ସ୍ତ୍ରୀଙ୍କ ଶାଢ଼ିରେ ଛଅଟି ଫାଶୀ ଦଉଡି ତିଆରି କରି ତାଙ୍କର ତିନି ଝିଅ ଏବଂ ଦୁଇ ପୁଅଙ୍କ ବେକରେ ବାନ୍ଧିବା ସହ ନିଜ ବେକରେ ବାନ୍ଧି ଜୀବନ ନେଇଗଲେ । ମୃତ୍ୟୁ ପୂର୍ବରୁ ସେ କହିଥିଲେ, “ଏବେ ଆମେ ସମସ୍ତେ ଏହି ଫାଶୀରେ ଏକାଠି ମୃତ୍ୟୁକୁ ଆପଣେଇ ନେବୁ ।”

ବାପାଙ୍କ ନିର୍ଦ୍ଦେଶ ଅନୁଯାୟୀ, ତିନି ଝିଅ ଏବଂ ଦୁଇ ପୁଅ ଆତ୍ମହତ୍ୟା ପାଇଁ ରାଜି ହୋଇଗଲେ । କିନ୍ତୁ ଗୋଟେ ପୁଅ ଶ୍ୱାସରୁଦ୍ଧ ହେବା ମାତ୍ରେ କୌଣସି ପ୍ରକାରରେ ବେକରୁ ଫାଶି କାଢ଼ିବାରେ ସଫଳ ହୋଇଗଲେ । ଏବଂ ତୁରନ୍ତ ତାଙ୍କ ଭାଇକୁ ମଧ୍ୟ ଫାଶିରୁ ମୁକ୍ତ କଲେ। ତେଣୁ ଦୁଇ ପୁଅ ବଞ୍ଚିଗଲେ, କିନ୍ତୁ ବାପା ଏବଂ ତାଙ୍କ ତିନି ଝିଅଙ୍କର ମୃତ୍ୟୁ ହେଲା।

ଏହା ଦେଖି ଦୁଇ ପୁଅ ଚିତ୍କାର କରିବାକୁ ଲାଗିଲେ। ଚିତ୍କାର ଶୁଣୀ ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିବା ବେଳକୁ ସବୁ କିଛି ସରିଯାଇଥିଲା । ଘଟଣାସ୍ଥଳରେ ଚାରିଟି ମୃତଦେହ ଏକାଠି ଝୁଲୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରାରମ୍ଭିକ ତଦନ୍ତ ବେଳେ ଯେତେବେଳେ ବଞ୍ଚିଥିବା ଦୁଇ ଭାଇଙ୍କଠାରୁ ସମ୍ପୂର୍ଣ୍ଣ କାହାଣୀ ପୋଲିସ ଶୁଣିଥିଲା ସେତେବେଳେ ସେମାନଙ୍କ ପାଦ ତଳୁ ବି ମାଟି ଖସିଯାଇଥିଲା । ଆତ୍ମାକୁ ବି ଥରେଇ ଦେଇଥିଲା ଏହି କାହାଣୀ ।

ଏହି ଘଟଣାଟି ସାକ୍ରା ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ନାଭଲପୁର ମିଶ୍ରୁଲିଆ ଗାଁରେ ଘଟିଛି। ଅମରନାଥ ରାମ ତାଙ୍କ ପରିବାର ସହିତ ରହୁଥିଲେ। ପରିବାର ଅତ୍ୟନ୍ତ ଗରିବ ଥିଲା। ଅମରନାଥଙ୍କ ସ୍ତ୍ରୀଙ୍କର ଏହି ବର୍ଷ ଜାନୁଆରୀରେ ମୃତ୍ୟୁ ହୋଇଥିଲା। ଯେଉଁଥିପାଇଁ ସେ ସମ୍ପର୍ଣ୍ଣ ଡିପ୍ରେସନକୁ ପଳେଇଥିଲେ । ତାଙ୍କର ପାଞ୍ଚଟି ସନ୍ତାନ ଥିଲେ । ତିନି ଝିଅ (ରାଧା କୁମାରୀ (୧୧), ରାଧିକା (୯), ଏବଂ ଶିବାନୀ (୭)), ଏବଂ ଦୁଇ ପୁଅ (ଶିବମ୍ ଏବଂ ଚନ୍ଦନ)।

ଶିବମ୍ କହିଥିଲେ, “ମା’ଙ୍କ ମୃତ୍ୟୁ ପରଠାରୁ ବାପା ମାନସିକ ଅବସାଦରେ ଥିଲେ। ଆମର ପରିବାର ସରକାରୀ ରାସନରେ ଚଳୁଥିଲା। ମାଆଙ୍କ ଦୁଃଖ ଏବଂ ଆର୍ଥିକ ସଙ୍କଟ ବାପାଙ୍କୁ ବହୁତ ଦୁଃଖିତ କରିଥିଲା। ଡିସେମ୍ବର ୧୪ ରାତିରେ, ବାପା ଆମକୁ ଅଣ୍ଡା ଭୁଜିଆ ଏବଂ ଆଳୁ-ସୋୟାବିନ୍ ତରକାରୀ ସହିତ ଭାତ ଖୁଆଇଥିଲେ।

ଆମେ ସମସ୍ତେ ରାତ୍ରୀ ଭୋଜନ ପରେ ଶୋଇବାକୁ ଗଲୁ। ମୋତେ ନିଦ ନ ହେବାରୁ ମୁଁ ମୋବାଇଲ ଦେଖୁଥିଲି । ସୋମବାର ସକାଳେ ବାପା ଆମ ସମସ୍ତଙ୍କୁ ଉଠାଇଲେ। ଆମେ ଦେଖିଲୁ ଯେ ବାପା ମାଆଙ୍କ ଶାଢ଼ିରୁ ଛଅଟି ଫାଶି ତିଆରି କରି ଛାତରେ ବାନ୍ଧିଛନ୍ତି ଏବଂ ତଳେ ଏକ ଟ୍ରଙ୍କ ରଖାଯାଇଛି।

ଶିବମ୍ ଆହୁରି କହିଛନ୍ତି, “ବାପା ଆମ ବେକରେ ଫାଶି ଲଗେଇ ଯେତେବେଳେ ଟ୍ରଙ୍କରୁ ଡେଇଁବାକୁ କହିଥିଲେ ସେତେବେଳେ ଆମେ ସମସ୍ତେ ରାଜି ହୋଇଗଲୁ। କିନ୍ତୁ ଯେତେବେଳେ ମୁଁ ଶ୍ୱାସରୁଦ୍ଧ ହେବାକୁ ଲାଗିଲି, ମୁଁ କୌଣସି ପ୍ରକାରେ ମୋ ବେକରୁ ଫାଶି କାଢ଼ିଲି ଏବଂ ଚନ୍ଦନ ବେକରୁ ମଧ୍ୟ ଫାଶି କାଢ଼ିଦେଲି। ଏହିପରି ଆମେ ଦୁହେଁ ବଞ୍ଚିଗଲୁ। କିନ୍ତୁ ଆମ ବାପା ଏବଂ ଭଉଣୀମାନଙ୍କ ପାଇଁ ସାହାଯ୍ୟ ପାଇଁ ଚିତ୍କାର କଲୁ। ପଡ଼ୋଶୀମାନେ ପହଞ୍ଚିବା ବେଳକୁ ସେମାନେ ମରିସାରିଥିଲେ।”

ପୋଲିସ କହିଛି, “ସୂଚନା ପାଇବା ମାତ୍ରେ ଆମର ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସ୍ପଷ୍ଟ ନୁହେଁ। ପୋଲିସ ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି। ସମସ୍ତ ଦିଗର ତଦନ୍ତ କରାଯାଉଛି। ଦୁଇ ପୁଅଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।